ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଅକ୍ଟୋବର ୯ରେ ଖାତାକୁ ଆସିବ ‘ସୁଭଦ୍ରା’ ଟଙ୍କା

Published By : Prameya-News7 Bureau | September 29, 2024 IST

ଭୁବନେଶ୍ୱର ୨୯।୦୯ : ଅକ୍ଟୋବର ୯ରେ ମିଳିବ ସୁଭଦ୍ରା ଟଙ୍କା । ୪୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ସହାୟତା ରାଶି । ବାରିପଦାରୁ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିବେ  ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। 

ଖବର ଅନୁଯାୟୀ, ରାଜ୍ୟର ମହିଳାଙ୍କ ପାଇଁ ଓଡିଶାର ନୂତନ ସରକାର ଆରମ୍ଭ କରିଛନ୍ତି ସୁଭଦ୍ରା ଯୋଜନା । ଆଉ ଏଥି ପାଇଁ ଆବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିଲା । ଯାହାକୁ ଆଧାର କରି ସେପ୍ଟେମ୍ବର ୧୭ ତାରିଖରେ ପ୍ରଥମ କିସ୍ତି ମିଳିଥିଲା । ଏହାପରେ ୨ୟ କିସ୍ତି କେବେ ମିଳିବ ନେଇ ଚର୍ଚ୍ଚା ଆଲୋଚନା ଚାଲିଥିଲା । ହେଲେ ଏସବୁ ଭିତରେ ରବିବାର ଦିନ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନାର ୨ୟ କିସ୍ତି ନେଇ ବଡ଼ ଘୋଷଣା କରିଛନ୍ତି। ଆସନ୍ତା ମାସ ମାନେ ଅକ୍ଟୋବର ୯ ତାରିଖ ଦିନ ସୁଭଦ୍ରା ଯୋଜନାର ୨ୟ କିସ୍ତି ଆସିବ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଯାଇଛି । ୪୦ ଲକ୍ଷ ହିତାଧିକାରୀଙ୍କୁ ଆକାଉଣ୍ଟକୁ ଯିବ ‘ସୁଭଦ୍ରା’ ସହାୟତା । ବାରିପଦାରୁ ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.