ରାଜ୍ୟର ୧୮ ଲକ୍ଷ ମହିଳାଙ୍କୁ ଆସିବ 'ସୁଭଦ୍ରା' ଟଙ୍କା, ବଡ ଅପ୍‌ଡେଟ୍ ଦେଲେ ଉପ-ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | February 07, 2025 IST

ଭୁବନେଶ୍ୱର ୦୭/୦୨: ଆସନ୍ତା କାଲି ମିଳିବ ସୁଭଦ୍ରା ଟଙ୍କା । ଯାଜପୁରରୁ ଏହାର ଶୁଭାରମ୍ଭ କରାଯିବ । ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟରେ ୧୮ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ। ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ, ଯେଉଁମାନଙ୍କୁ ଏହି ଟଙ୍କା ମିଳିନି, ୩ ଓ ୪ ତାରିଖରେ ବ୍ୟାଙ୍କୁ ଯାଇ ଇକେୱାଇସି କ୍ଲିଅର କଲେ ଏହି ଟଙ୍କା ମିଳିବ । ଯଦି ହିତାଧିକାରୀଙ୍କୁ ବ୍ୟାଙ୍କ ଏନପିସିଆଇ କ୍ଲିଅର ହୋଇଯାଇଥିବ ସେମାନଙ୍କୁ ଏହି ପର୍ୟ୍ୟାୟରେ ଟଙ୍କା ମିଳିଯିବ । ତେବେ ଏହି ପର୍ୟ୍ୟାୟରେ ହିତାଧିକାରୀଙ୍କ ସଂଖ୍ୟା ୧ କୋଟି ଟପିପାରେ। 


ସୂଚନା ଥାଉକି, ରାଜ୍ୟର ୧୮ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଯୋଜନାର ଟଙ୍କା ବଣ୍ଟନ କରାଯିବ । ଏନେଇ ଯାଜପୁରଠାରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ ହେବ ।  ଏହି ସଂଖ୍ୟା ପୂରଣ ପରେ ରାଜ୍ୟରେ ୯୮ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ଲାଭବାନ ହେବେ । ଏହା ସହ ଯେଉଁମାନେ NPCI ରେ ରହିଯିବେ ସେମାନଙ୍କୁ ମାର୍ଚ୍ଚ ୮ ତାରିଖ ସୁଦ୍ଧା ଯୋଡି ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ସୂଚନା ଦେଇଛନ୍ତି । 

୩ ଲକ୍ଷ ୩୮ ହଜାର NPCI ମଧ୍ୟରୁ ୫୯ ହଜାର NPCI କ୍ଲିୟର ହୋଇଥିବା ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ଯେହେତୁ ଗୋଟିଏ ବି ଯୋଗ୍ୟ ହିତାଧିକାରୀ ଯେମିତି ବାଦ ପଡିବେନି ସେନେଇ ମୁଖ୍ୟମନ୍ତ୍ରୀ କହିଥିବା ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ସମ୍ବଲପୁରରେ ବରିଷ୍ଠ ନାଗରିକ ତୀର୍ତଯାତ୍ରା ଯୋଜନା ଶୁଭାରମ୍ଭ ଅବସରରେ ଏହି କଥା କହିଛନ୍ତି । 

ମାର୍ଚ୍ଚ ୮ରେ ଯେଉଁମାନେ ଯୋଡି ହେବେ ସେମାନେ ପ୍ରଥମ କିସ୍ତି ଓ ଉଭୟ ୨ୟ କିସ୍ତିର ବି ପଇସା ପାଇବେ । ଏହା ସହ ସୁଭଦ୍ରା ମହିଳାଙ୍କ ପାଇଁ ବିକାଶର ମୂଳ ପିଣ୍ଡ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ସୁଭଦ୍ରା ଏକ ଫ୍ଲାଗସିସ ଯୋଜନା ନୁହେଁ ବରଂ ମହିଳାଙ୍କୁ ଉଦ୍ୟମୀ, ଏଣ୍ଟ୍ରରପିନର ହିସାବରେ ସୁଭଦ୍ରା ଗଢି ତୋଳିବ ବୋଲି ଶ୍ରୀମତି ପରିଡା କହିଛନ୍ତି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.