ବ୍ରହ୍ମପୁର ୧୩।୦୩ : ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା । ବୁଧବାର ବିଳମ୍ବିତ ରାତିରେ ସ୍ଥାପନ ହୋଇଛି ଶୁଭଖୁଣ୍ଟି । ଦେଶିବେହେରାଙ୍କ ଘର ନିକଟରେ ସ୍ଥାପନ ହୋଇଛି ଶୁଭଖୁଣ୍ଟି । ଏପ୍ରିଲ ମାସ ୩ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଯାତ୍ରା ଅନୁଷ୍ଠିତ ହେବ । ବୁଧବାର ଯାତ୍ରା ସମୟ ଧାର୍ଯ୍ୟ ହେବା ପରେ ଏକ ବିରାଟ ପଟୁଆର ବାହାରି ମାଆ ବୁଢୀ ଠାକୁରାଣୀ ମନ୍ଦିରରେ ପହଞ୍ଚିଥିଲା । ପୂଜାର୍ଚନା ପରେ ବିଳମ୍ବିତ ରାତିରେ ଦେଶିବେହେରାଙ୍କ ଘର ସମ୍ମୁଖରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ବାଜା, ବାଜଣା, ଶଙ୍ଖ ମହୁରୀ ନାଦରେ ପୁରା ପରିବେଶ ପ୍ରକମ୍ପିତ ହୋଇ ପଡିଥିଲା ।
ଆସନ୍ତା ୩୦ରେ ଅନ୍ତୋଦୟ ଗୃହ ଯୋଜନାର ହେବ ଶୁଭାରମ୍ଭ, ୫...
