ରତ୍ନଭଣ୍ଡାର ମରାମତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି, ASIକୁ ନିର୍ଦ୍ଦେଶ ଦେବାକୁ ସୁଦର୍ଶନ ପଟ୍ଟନାୟକଙ୍କ ଅନୁରୋଧ

Published By : Prameya-News7 Bureau | June 26, 2024 IST

ପୁରୀ ୨୬।୦୬ : ରତ୍ନଭଣ୍ଡାର ମରାମତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ମୁଖ୍ୟମନ୍ତ୍ରୀଙ୍କୁ ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକଙ୍କ ଚିଠି । ଏହି ଚିଠିରେ ASIକୁ ମରାମତି ପାଇଁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ। ଲେଜର ସ୍କାନିଂ ରିପୋର୍ଟରେ ଭିତର ରତ୍ନଭଣ୍ଡାର କାନ୍ଥରେ ଫାଟ ଥିବା ଜଣାପଡିଛି । ଆଗକୁ ବର୍ଷା ଋତୁ ଆସୁଥିବାରୁ ମରାମତି ପାଇଁ ଅନୁରୋଧ କରିଛନ୍ତି ସୁଦର୍ଶନ ପଟ୍ଟନାୟକ । 

ଚିଠିରେ ସୁଦର୍ଶନ ଉଲ୍ଲେଖ କରିଛନ୍ତି ଯେ, କୋଟି କୋଟି ହିନ୍ଦୁଙ୍କ ଆସ୍ଥାର ପ୍ରତୀକ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ଏଣୁ ଶ୍ରୀମନ୍ଦିରର ସୁରକ୍ଷା ବେଶ୍ ଗୁରୁତ୍ବପୁର୍ଣ। ଏହି ପୁରାତନ ଐତିହ୍ୟ କୀର୍ତ୍ତିରାଜିର ସୁରକ୍ଷା ଦାୟିତ୍ବ ଏଏସଆଇ ହାତରେ ରହିଛି। ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଅସୁରକ୍ଷିତ ଅବସ୍ଥାରେ ରହିଥିବା ନେଇ ଗତ ୨୦୧୮ ମସିହାରେ ଏ ଏସ ଆଇ ରିପୋର୍ଟ ଦେଇଛି। ଏହାର ଛାତରୁ ସିମେଣ୍ଟ ଛାଡି ଯାଇଥିବା ବେଳେ ପାଣି ଗଳୁଛି। ଅନେକ ପଥର ମଧ୍ୟ ଖସି ପଡ଼ିଛି। ଏଣୁ ଏହାର ତୁରନ୍ତ ମରାମତି ହେବା ଆବଶ୍ୟକ। ଆଉ ବିଳମ୍ବ ନ କରି ତୁରନ୍ତ ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ରତ୍ନ ଭଣ୍ଡାର ମରାମତି ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଏଏସଆଇ ଦୀର୍ଘ ୬ ବର୍ଷ ହେବ ରିପୋର୍ଟ ଦେଇ ସାରିଥିବା ବେଳେ କାହିଁକି ରତ୍ନ ଭଣ୍ଡାର ମରାମତି ବିଷୟରେ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେଉନାହିଁ ସେନେଇ ପ୍ରଶ୍ନ କରିଛନ୍ତି ସୁଦର୍ଶନ।

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ରେ ଏ ନେଇ ଆଲୋଚୋନା ହେଉ ନଥିବାରୁ ସୁଦର୍ଶନ ଅସନ୍ତୋଷ ପ୍ରକାଶ କରିଛନ୍ତି। ରତ୍ନ ଅଳଙ୍କାର ଗଣତି ପଛରେ ହୋଇ ପାରିବ। କିନ୍ତୁ ପ୍ରଥମେ ରତ୍ନଭଣ୍ଡାର ର ମରାମତି କରାଯାଉ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି।

  • puri
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.