ଚଣ୍ଡିଖୋଲ: ଜାତୀୟ ରାଜପଥ କଡ଼ରେ ଥିବା ଏକ ଢ଼ାବାକୁ ବନ୍ଦ କଲା ବ୍ଲକ ପ୍ରଶାସନ। ଯାଜପୁର ଜିଲ୍ଲା ନେଉଳପୁର ଠାରେ ଥିବା ଧର୍ମଶାଳା ଭବନ ପରିସରରେ ଥିବା ବେଆଇନ ଢ଼ାବାକୁ ବନ୍ଦ କରିବା ପାଇଁ ଧର୍ମଶାଳା ବ୍ଳକ ପ୍ରଶାସନ ପକ୍ଷରୁ ଆଜି ଲଟକା ଜାରି କରାଯାଇଛି। ଧର୍ମଶାଳା ବ୍ଲକ ବିଡ଼ିଓଙ୍କ ନିର୍ଦ୍ଦେଶ କ୍ରମେ ବ୍ଳକ କର୍ମଚାରୀମାନେ ସେଠାରେ ପହଞ୍ଚି ୩ ଦିନ ମଧ୍ୟରେ ଢ଼ାବା ବନ୍ଦ କରିବାକୁ ଲଟକା ଲଗାଇଛନ୍ତି।
ଢାବାଟି ବେଆଇନ ଭାବେ ଚାଲୁ ଥିବା ନେଇ ବ୍ଲକ ପ୍ରଶାସନ ନିକଟରେ ପୂର୍ବରୁ ଅଭିଯୋଗ କରାଯାଇଥିଲା। ତେବେ ଆଜି ଢ଼ାବାଟି ବନ୍ଦ ଥିବାରୁ ପ୍ରଶାସନ ପକ୍ଷରୁ ଲଟକା ଜାରି କରାଯାଇଛି। କିଏ କେଉଁ ଉଦ୍ଦେଶ୍ୟରେ ଏହି ଢ଼ାବାଟି ଚଳାଉଥିଲେ ସେ ନେଇ ବ୍ଲକ ପ୍ରଶାସନ ପକ୍ଷରୁ ତଦନ୍ତ ଜାରି ରହିଛି। ପୋଲିସ ପଦକ୍ଷେପ ନେବା ସହ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଧର୍ମଶାଳା ବିଧାୟକ ହିଂମାଶୁ ସାହୁ କହିଛନ୍ତି।