ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ନବମୀକୁ ସ୍ୱତନ୍ତ୍ର କରିବା ପାଇଁ ବଡ଼ ଧରଣର ପ୍ରସ୍ତୁତି କରାଯାଉଛି । ଏହାକୁ ଐତିହାସିକ କରିବା ପାଇଁ ସୂର୍ଯ୍ୟ ତିଳକର ସାହାରା ନିଆଯିବ । ଏହାକୁ ନେଇ ରାମ ମନ୍ଦିର ଟ୍ରଷ୍ଟ ମଧ୍ୟ ପ୍ରସ୍ତୁତିରେ ଲାଗିଛି । ଏପ୍ରିଲ ୧୭ରେ ରାମ ନବମୀ ପର୍ବ ପାଳନ କରାଯିବ । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ ଥର ରାମ ମନ୍ଦିରରେ ରାମ ନବମୀ ପାଳନ କରାଯିବ । ଏପରି ସ୍ଥିତିରେ ରାମ ନବୀନ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି । ଏଠାରେ ଅପରାହ୍ଣ ଠିକ୍ ୧୨ଟାରେ ସୂର୍ଯ୍ୟଙ୍କ କିରଣରେ ପ୍ରଭୂ ରାମଙ୍କ ଅଭିଷେକ ହେବ । ଅର୍ଥାତ୍ ସୂର୍ଯ୍ୟ ତିଳକ କରାଯିବ । ଏହି ସୂର୍ଯ୍ୟ ତିଳକର ଅବଧି ପ୍ରାୟ ୪ ମିନିଟ୍ ଯାଏ ରହିବ ।
ମଙ୍ଗଳବାର ଏପ୍ରିଲ ୯ରୁ ଚୈତ୍ର ନବରାତ୍ରି ଆରମ୍ଭ ହେବ । ରାମ ନବମୀରେ ରାମଲାଲାଙ୍କ ସୂର୍ଯ୍ୟ ତିଳକ କରିବା ପ୍ରସ୍ତୁତିରେ ବୈଜ୍ଞାନିକ ମଧ୍ୟ ଲାଗିଛନ୍ତି । ରାମ ମନ୍ଦିରରେ ଉପକରଣ ଖଞ୍ଜା ଯାଉଛି । କୁହାଯାଉଛି ଯେ ଖୁବଶୀଘ୍ର ଏହାର ଟ୍ରାଏଲ ମଧ୍ୟ ଆରମ୍ଭ କରାଯିବ ।
ମନ୍ଦିରର ତୃତୀୟ ମହଲାରେ ସ୍ଥାପିତ କରାଯାଇଥିବା ଆଫ୍ଟୋ ମେକାନିକଲ ସିଷ୍ଟମରେ ହାଇ-କ୍ୱାଲିଟି ମିରର, ଗୋଟିଏ ଲେନ୍ସ ଏବଂ ଗୁରୁତ୍ୱପୂର୍ଣ୍ଣ କୋଣରେ ଲଗାଯାଇଥିବା ଲେନ୍ସ ସହ ଭର୍ଟିକଲ ପାଇପିଂ ଲଗାଯାଇଛି । ମନ୍ଦିରର ଗ୍ରାଉଣ୍ଡ ଫ୍ଲୋରରେ ଦୁଇଟି ମିରର ଏବଂ ଗୋଟିଏ ଲେନ୍ସ ଲଗାଯାଇଛି । ସୂର୍ଯ୍ୟଙ୍କ କିରଣ ତୃତୀୟ ଫ୍ଲୋରରେ ଲଗାଯାଇଥିବା ପ୍ରଥମ ଦର୍ପଣରେ ପଡ଼ିବ ଏବଂ ତିନି ଲେନ୍ସ ଏବଂ ଦୁଇ ଅନ୍ୟ ମିରର ଦେଇ ଗ୍ରାଉଣ୍ଡ ଫ୍ଲୋରରେ ଲଗାଯାଇଥିବା ଶେଷ ମିରର ଉପରେ ପଡ଼ିବ । ଏଥିରୁ ରାମଲାଲାଙ୍କ ମୂର୍ତ୍ତିର ମସ୍ତକରେ ସୂର୍ଯ୍ୟ କିରଣର ଏକ ତିଳକ ହେବ । ଏହା ଦୁଇରୁ ତିନି ମିନିଟ୍ ଯାଏ ରାମଲାଲାଙ୍କ ମସ୍ତକରେ ରହିବ ।