ଦୁବାଇ: ଅବିଚଳିତ, ଅବିଶ୍ବସନୀୟ, ଅପରାଜେୟ ଭାରତ । ୨୦୨୪ରେ ଚାମ୍ପିଅନ ଥିଲେ ୨୦୨୫ରେ ଚାମ୍ପିଅନ୍ ରହିବେ । ଆଇସିସି ଚାମ୍ପିଅନ୍ସ ଟ୍ରଫି ମୁକୁଟ ପିନ୍ଧିଛି ଟିମ୍ ଇଣ୍ଡିଆ । ପ୍ରଥମ ଦେଶ ଭାବେ ତୃତୀୟ ଥର ଟାଇଟଲ ଜିତିଛି । ରୋହିତ ଶର୍ମାଙ୍କ ନେତୃତ୍ବରେ ବିରାଟ ବିଗ୍ରେଡ୍ ଏହି କାରମାନ କରି ଦେଖାଇଛି । ଫାଇନାଲ୍ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪ ଓ୍ବିକେଟ୍ ମାତ୍ ଦେଇ ଚାମ୍ପିଆନ୍ ହୋଇଛି । ଫାଇନାଲ୍ ଜିତିବା ପରେ ଦୁବାଇରୁ ଦିଲ୍ଲୀ ସବୁଠି ସେଲିବ୍ରେସନ । ହୋଲି ପୂର୍ବରୁ ଦେଶରେ ଦୀପାବଳିର ମାହୋଲ । କ୍ରିକେଟ୍ ଫ୍ୟାନ୍ସଙ୍କ ନାଚ ଗୀତରେ ଝୁମୁଛି ଦେଶ । ତେଣୁ ଏଥିରୁ ବାଦ୍ ପଡ଼ିନାହାନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସୁନିଲ୍ ଗାଭାସ୍କର । ଟିମ୍ ଇଣ୍ଡିଆ ଟ୍ରଫି ଉଠାଇବା ପରେ ଗାଭାସ୍କରଙ୍କ ଜବରଦସ୍ତ ସେଲିବ୍ରେସନ ଦେଖିବାକୁ ମିଳିଛି । ଦୁବାଇ ଇଣ୍ଟନ ନ୍ୟାଶନାଲ୍ ଗ୍ରାଉଣ୍ଡରେ ଛୋଟ ପିଲାଙ୍କ ଭଳି ନାଚିବାକୁ ଲାଗିଥିଲେ । ଏହା ପୂର୍ବ ଭାରତ-ପାକିସ୍ତାନର ଏକ ମ୍ୟାଚ୍ ମଧ୍ୟ ନାଚିଥିଲେ ସୁନିଲ ଗାଭାସ୍କର ।
Sunil Gavaskar after India won champions trophy 😂😂😂
— Chintan Patel (@Patel_Chintan_) March 9, 2025
I think now we can understand his harsh criticism of players pic.twitter.com/rWNsT8k47b
ସୂଚନା ଅନୁଯାୟୀ, ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ପୂର୍ବତନ କ୍ରିକେଟର ସୁନିଲ୍ ଗାଭାସ୍କର ଷ୍ଟାର ସ୍ପୋର୍ଟସ ପକ୍ଷରୁ ଭାଷ୍ୟକାର ଭାବେ ସାମିଲ୍ ହୋଇଥିଲେ । ମ୍ୟାଚ୍ ସରିବା ପରେ ଗ୍ରାଉଣ୍ଡରେ ଲାଇଭ୍ ଦେଇଥିଲେ । କିଛି ସମୟ ଲାଇଭ୍ ଦେବା ପରେ, ଯେତେବେଳେ ଟିମ୍ ଇଣ୍ଡିଆ ଟ୍ରଫି ଧରି ସେଲିବ୍ରେସନ ଆରମ୍ଭ କରିଥିଲା, ଏହି ସମୟ ନିଜକୁ ସମ୍ଭାଳି ପାରିନଥିଲେ ଏଗି ଦିଗଜ କ୍ରିକେଟର । ସେ ଦୁବାଇ ଇଣ୍ଟର ନ୍ୟାଶନାଲ ଷ୍ଟାଡିୟମରେ ଏକ ଛୋଟ ପିଲା ପରି ନାଚିବାକୁ ଲାଗିଥିଲେ । ସହଯୋଗୀ ଭାଷ୍ୟକାର ମୟନ୍ତି ଲାଙ୍ଗର ଏବଂ ରବିନ୍ ଉତ୍ଥାପା ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସୁନିଲ୍ ଗାଭାସ୍କରଙ୍କ ଏଗି ନୃତ୍ୟ ଏବେ ଭାଇରାଲ୍ ହେବାରେ ଲାଗିଛି ।....