ଦେଢ଼ ହଜାର କ୍ବିଣ୍ଟାଲରୁ ଅଧିକ ଧାନ ଗଚ୍ଛିତ ରଖିଥିଲେ ଗୋଦାମ ମାଲିକ, ସିଲ୍ କଲା ଯୋଗାଣ ବିଭାଗ

Published By : Prameya-News7 Bureau | December 30, 2024 IST

ଉଦଳା: ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଗୌଡ଼ଗାଁର ଏକ ଗୋଦାମରୁ ଦେଢ଼ ହଜାର କ୍ବିଣ୍ଟାଲରୁ ଅଧିକ ଧାନ ଜବତ କଲା ଯୋଗାଣ ବିଭାଗ। କୌଣସି ସୂତ୍ରରୁ ଖବର ପାଇ ସ୍ଥାନୀୟ ତହସିଲଦାର ଓ ପୋଲିସ ସହାୟତାରେ ଚଢ଼ାଉ କରାଯାଇଥିଲା। ଏହି ଗୋଦାମରୁ ବାହାରକୁ ଧାନ ଚାଲାଣ ହେଉଥିବା ଖବର ପାଇଥିଲା ଯୋଗାଣ ବିଭାଗ । 

ତେବେ ଚଢ଼ାଉବେଳେ ଗୋଟିଏ ଟ୍ରକରେ ଧାନ ଲୋଡ୍ ହୋଇଥିବା ଦେଖିବାକୁ ମିଳିଥିଲା। ଗୋଦାମ ମାଲିକ ଗଚ୍ଛିତ ରଖିଥିବା ଏତେ ପରିମାଣର ଧାନର କୌଣସି କାଗଜପତ୍ର ଦେଖାଇପାରିନଥିବାରୁ ଗୋଦାମକୁ ସିଲ୍ କରିଛି ଯୋଗାଣ ବିଭାଗ । ଏଥି ସହ ଏତେ ପରିମାଣର ଧାନ ସେ କେଉଁଠୁ ଆଣିଥିଲେ କୁଆଡ଼େ ଚାଲାଣ କରୁଥିଲେ ସେନେଇ ଚାଲିଛି ଖୋଳତାଡ଼ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.