ନୂଆଦିଲ୍ଲୀ: ଜନପ୍ରତିନିଧିଙ୍କ ଅପରାଧୀକ ମାମଲାକୁ ନେଇ ସୁପ୍ରିମକୋର୍ଟ ଜାରି କରିଛନ୍ତି ରିପୋର୍ଟ । ଏଥିରେ ୫୪୩ ଲୋକସଭା ସାଂସଦଙ୍କ ମଧ୍ୟରୁ ୨୫୧ଜଣଙ୍କ ନାଁରେ ଅପରାଧୀକ ମାମଲା ରହିଛି । ୧୭୦ଜଣ ଏଭଳି ଜଘନ୍ୟ ଅପରାଧରେ ସାମିଲ୍ ଅଛନ୍ତି, ଯେଉଁମାନଙ୍କୁ ୫ ବର୍ଷରୁ ଅଧିକ ଜେଲଦଣ୍ଡ ସଜା ହୋଇପାରେ । ବରିଷ୍ଠ ଆଇନଜୀବୀ ବିଜୟ ହଂସରିୟା ସୁପ୍ରିମକୋର୍ଟଙ୍କୁ ୮୩ ପୃଷ୍ଠାର ଏକ ରିପୋର୍ଟ ପ୍ରଦାନ କରିଛନ୍ତି, ଯାହାକୁ ଦେଶର ବିଭିନ୍ନ ହାଇକୋର୍ଟଙ୍କ ତଥ୍ୟରୁ ନେଇ ପ୍ରସ୍ତୁତ କରାଯାଇଛି । ଏହି ରିପୋର୍ଟ ଅନୁଯାୟୀ, କେରଳର ୨୦ ସାଂସଦଙ୍କ ମଧ୍ୟରୁ ୧୯ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି । ଏଥିରୁ ୧୧ଟି ମାମଲା ଗମ୍ଭୀର ଜନକ ରହିଛି । କହିବାକୁ ଗଲେ କେରଳରେ ୯୫ ପ୍ରତିଶତ ସାଂସଦ ଅପରାଧୀ ।
ସେହିପରି ତେଲଙ୍ଗାନାର ୧୭ ଏମପିଙ୍କ ମଧ୍ୟରୁ ୧୪ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି । ଏହା ମୋଟ୍ ସାଂସଦଙ୍କ ୧୪ ପ୍ରତିଶତ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ଓଡ଼ିଶାର ୨୧ ଲୋକସଭା ସାଂସଦଙ୍କ ମଧ୍ୟରୁ ୬ଜଣଙ୍କ ନାଁରେ ଅପରାଧୀକ ମାମଲା ଗଡ଼ୁଛି । ଝାଡ଼ଖଣ୍ଡରେ ୧୪ରୁ ୧୦ଜଣ ଅପରାଧୀ ସାଂସଦ ରହିଛନ୍ତି । ଏବଂ ତାମିଲନାଡୁରେ ମୋଟ୍ ୩୯ ସାଂସଦଙ୍କ ମଧ୍ୟରୁ ୨୬ଜଣ ଲୋକସଭା ଏମପିଙ୍କ ନାଁରେ କେସ୍ ରହିଛି । ଏହା ରାଜ୍ୟର ମୋଟ୍ ୭୬ ପ୍ରତିଶତ ବୋଲି ସୁପ୍ରିମକୋର୍ଟଙ୍କ ରିପୋର୍ଟରେ ଉଲ୍ଲେଖ ରହିଛି ।
ସେହିପରିର ପ୍ରଦେଶ, ବିହାର, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶରେ ପ୍ରାତ ୫୦ ପ୍ରତିଶତ ସାଂସଦଙ୍କ ନାଁରେ ଅପରାଧୀକ ମାମଲାରେ କୋର୍ଟରେ ବିଚାରଧୀନ ରହିଛି । କୋର୍ଟଙ୍କ ରିପୋର୍ଟ ଅନୁଯାୟୀ, ହରିୟଣାର ୧୦ ଏବଂ ଛତିଶଗଡ଼ର ୧୧ ସାଂସଦଙ୍କ ମଧ୍ୟରୁ ମାତ୍ର ଜଣିଏ ଲେଖାଏଁ ଏମପିଙ୍କ ନାଁରେ କେସ୍ ରହିଛି । ପଞ୍ଜାବର ୧୩ ରୁ ୨, ଆସାମର ୧୪ରୁ ୩, ଦିଲ୍ଲାର ୭ରୁ ୩,ରାଜସ୍ଥାନର ୨୫ରୁ ମାତ୍ର ୪, ଗୁଜରାଟର ୨୫ରୁ ୫ ଏବଂ ମଧ୍ୟପ୍ରଦେଶର ୨୯ରୁ ୯ଜଣଙ୍କ ନାଁରେ କେସ୍ ଗଡ଼ୁଛି ।
ଜଷ୍ଟିସ୍ ଦୀପଙ୍କର ଦତ୍ତା ଏବଂ ଜଷ୍ଟିସ୍ ମନମୋହନଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି କହିଛନ୍ତି, ରାଜନୀତିରେ ଅପରାଧୀକରଣ ଏକ ବଡ଼ ମୁଦ୍ଦା । ଅଦାଲତ ପ୍ରଶ୍ନ କରିଛନ୍ତି, ଅପରାଧୀକ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ କୌଣସି ବ୍ୟକ୍ତି କିପରି ସାଂସଦକୁ ଫେରିବେ । ତେବେ ଏହି ମାମଲାରେ ଦୁଇ ଜଣିଆ ଖଣ୍ଡପୀଠ ଆଟର୍ଣ୍ଣି ଜେନେରାଲଙ୍କ ସହୟତା ନେଇଛନ୍ତି ।