ଉଦୟନାଥ ଷ୍ଟାଲିନ୍ ଆଶ୍ବସ୍ତ; ସନାତନ ଧର୍ମ ଟିପ୍ପଣୀରେ ବିଚାର କରିବାକୁ ମନା କଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | November 30, 2023 IST

ନୂଆଦିଲ୍ଲୀ: ଜୁନିୟର ଷ୍ଟାଲିନଙ୍କ ସନାତନ ଧର୍ମ ଟିପ୍ପଣୀ ଉପରେ ଶୁଣାଣି କରିବାକୁ ନା କରିଛନ୍ତି ସୁପ୍ରିମକୋର୍ଟ । ସନାତନ ଧର୍ମକୁ ନେଇ ବିବାଦୀୟ ବୟାନ ଦେଇଥିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନାଥ ଷ୍ଟାଲିନ୍ । ଏହା ଉପରେ ଅବମାନନା କେସ୍ ଦାୟର କରି କାର୍ଯ୍ୟାନୁଷ୍ଠାନ ନେବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ୍  ସଞ୍ଜୀବ ଖାନ୍ନା ଏବଂ ଏସବିଏନ ଭଟ୍ଟୀଙ୍କ ଖଣ୍ଡପୀଠ ସନାତନ ଧର୍ମ ଯାଚିକା ଉପରେ ବିଚାର କରିବାକୁ ନା କରିଛନ୍ତି । କୋର୍ଟ କହିଛନ୍ତି, ଯଦି ଏଭଳି ପ୍ରକାର ମାମଲାର ବିଚାର କରିବାକୁ ଲାଗିବୁ ତେବେ ଅଭିଯୋଗର ବନ୍ୟା ଆସିବ । କୋର୍ଟ ବ୍ୟକ୍ତିଗତ କେସ୍‌ରେ ମୁଣ୍ଡ ପୂରାଇବୁ ନାହିଁ ବୋଲି କହିଛନ୍ତି ।  

wp:embed {"url":"https://www.prameyanews7.com/us-charges-indian-man-nikhil-gupta-in-alleged-sikh-separatist-gurpatwant-singh/","type":"wp-embed","providerNameSlug":"prameya-news-7"}
https://www.prameyanews7.com/us-charges-indian-man-nikhil-gupta-in-alleged-sikh-separatist-gurpatwant-singh/
/wp:embed

ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି, ଯଦି ବ୍ୟକ୍ତଗତ ମାମଲାର ଶୁଣାଣି ଆରମ୍ଭ କରିବୁ, ତେବେ ମୁଖ୍ୟ ପ୍ରସଂଗକୁ ଜଷ୍ଟିସ୍ ଦିଆଯାଇ ପାରିବ ନାହିଁ । ଏହାଛଡ଼ା ପୂରା ଦେଶରେ ବ୍ୟକ୍ତିଗତ ମାମଲାର ଶୁଣାଣି କରିବା ଅସମ୍ଭବ । ଏଥିପାଇଁ କୋର୍ଟ ଏକ  ପ୍ରଶାସନ ତନ୍ତ୍ର ସ୍ଥାପିତ କରିପାରିବେ । ଏଥିରେ ନିୟମ ଉଲ୍ଲଙ୍ଘନ ହେଲେ, ଆପଣ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇପାରିବେ ବୋଲି ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ କହିଛନ୍ତି ।  ସେପ୍ଟେମ୍ବର ମାସରେ ଜଷ୍ଟିସ୍ ଅନିରୁଦ୍ଧ ବୋସ୍ ଏବଂ ବେଲା ଏମ୍ ତ୍ରିବେଦୀଙ୍କ ଖଣ୍ଡପୀଠ ଉଦୟନାଥ ଷ୍ଟାଲିନ ଏବଂ ସନାତନ ଧର୍ମ ସମ୍ମିଳନୀ ଆୟୋଜକଙ୍କ ବିରୋଧରେ FIR ଦାୟର କରିବାକୁ ନିର୍ଦ୍ଦେଶ ଦେବା ଆବେଦନ ଉପରେ ନୋଟିସ୍ ଜାରି କରିଥିଲେ ।

wp:embed {"url":"https://www.prameyanews7.com/national-rozgar-mela-2023-pm-modi-give-appointment-letters/","type":"wp-embed","providerNameSlug":"prameya-news-7"}
https://www.prameyanews7.com/national-rozgar-mela-2023-pm-modi-give-appointment-letters/
/wp:embed

ସେପ୍ଟେମ୍ବର ୨ ତାରିଖରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ୍‌ଙ୍କ ପୁଅ ଉଦୟନିଧି ଷ୍ଟାଲିନ୍‌ ସନାତନ ଧର୍ମକୁ ଡେଙ୍ଗୁ ଓ ମ୍ୟାଲେରିଆ ସହ ତୁଳନା କରିଥିଲେ। ଏହାକୁ ବିରୋଧ ନୁହେଁ, ବରଂ ମୂଳୋତ୍ପାଟନ କରିବା କଥା ବୋଲି ଉଦୟନିଧି କହିଥିଲେ। ସନାତନ ବିଲୋପ ସମ୍ମିଳନୀ ନାମକ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି କହିଥିଲେ ଷ୍ଟାଲିନ୍। ସନାତନ ଧର୍ମ ସାମାଜିକ ନ୍ୟାୟ ଓ ସମାନତା ବିରୋଧରେ ରହିଛି। କିଛି ଜିନିଷକୁ ବିରୋଧ କରାଯାଇପାରିବ ନାହିଁ। ସେସବୁ ଧ୍ୱଂସ କରାଯିବା ଉଚିତ୍। ଆମେ ଡେଙ୍ଗୁ ମଶା, ମ୍ୟାଲେରିଆ ଓ କରୋନାକୁ ବିରୋଧ କରିପାରିବ ନାହିଁ। ଆମକୁ ଏହାର ମୂଳୋତ୍ପାଟନ କରିବାକୁ ହେବ। ସେହିପରି ଆମକୁ ସନାତନ ଧର୍ମକୁ ବିଲୋପ କରିବାକୁ ପଡ଼ିବ ବୋଲି ଉଦୟନିଧି କହିଥିଲେ।

ଉଦୟନିଧି କହିଥିଲେ ଯେ ସନାତନ ଧର୍ମକୁ ବିରୋଧ କରିବା ପରିବର୍ତ୍ତେ ଏହାର ମୂଳୋତ୍ପାଟନ କରିବା ଉଚିତ। ସନାତନ ନାମ ସଂସ୍କୃତରୁ ଆସିଛି। ଏହା ସାମାଜିକ ନ୍ୟାୟ ଏବଂ ସମାନତା ବିରୁଦ୍ଧରେ ରହିଛି ବୋଲି ସେ କହିଥିଲେ। ଏହାପରେ ଡିଏମ୍‌କେର ଆଉ ଜଣେ ସାଂସଦ ଏ ରାଜା ମଧ୍ୟ ସନାତନ ଧର୍ମକୁ ଆହୁରି କଡ଼ା ଭାଷାରେ ସମାଲୋଚନା କରିବା ସହ ଏହାକୁ କୁଷ୍ଠ ସହ ତୁଳନା କରିଥିଲେ। ସନାତନ ଧର୍ମରେ ସାମାଜିକ କଳଙ୍କ ଅଛି ବୋଲି ସେ କହିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.