ମୁମ୍ଵାଇ ୧୪।୦୬: ତମନ୍ନା ଭାଟିଆ ଏବଂ ବିଜୟ ବର୍ମା। ଦୁହିଁଙ୍କ ସମ୍ପର୍କ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଛି। ବିଜୟଙ୍କ ସହ ଥିବା ସମ୍ପର୍କକୁ ନେଇ ତମନ୍ନା ଭାଟିଆ ମୁହଁ ଖୋଲି କହିଛନ୍ତି। ଆଜ୍ଞା ହଁ ସତ କଣ ତାହା ମାନି ଯାଇଛନ୍ତି। ବର୍ତ୍ତମାନ ଏକ ସାକ୍ଷାତକାରରେ ତମନ୍ନା ନିଜେ ବିଜୟଙ୍କ ସହ ସମ୍ପର୍କ ବିଷୟରେ ଖୁଲାସା କରିଛନ୍ତି। ତମନ୍ନା ଭାଟିଆ-ବିଜୟ ବର୍ମା ପରସ୍ପର ସହ ଅନେକ ଥର ନଜର ଆସିଛନ୍ତି। ଅନେକ ଇଭେଣ୍ଟରେ ତମନ୍ନା ଭାଟିଆ ଏବଂ ବିଜୟ ଧର୍ମଙ୍କୁ ଏକାଠି ଦେଖିବାକୁ ମିଳିଛି ।ଏହି ରୁମର୍ଡ କପଲମାନେ ପ୍ରାୟତ ମିଡିଆ ସାମ୍ନାରେ ପୋଜ୍ ଦେବାର ଦେଖିବାକୁ ମିଳିଥିଲା। ଏହି ସମୟରେ ତମନ୍ନା ବିଜୟଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଅନେକ କଥା ସେୟାର କରିଛନ୍ତି। ଆପଣ ଏହା ଶୁଣି ଖୁସି ହେବେ ।
ଶେଷରେ ତମନ୍ନା ଅଭିନେତା ବିଜୟ ଭର୍ମାଙ୍କ ସହ ତାଙ୍କ ସମ୍ପର୍କକୁ ନିଶ୍ଚିତ କରିଛନ୍ତି। ଅଭିନେତ୍ରୀ କହିଛନ୍ତି ଯେ ସେ ଏବଂ ବିଜୟଙ୍କ ମଧ୍ୟରେ ସବୁକିଛି ଫିଲ୍ମ 'ଲଷ୍ଟ ଷ୍ଟୋରୀ ୨'ର ସେଟରୁ ଆରମ୍ଭ ହୋଇଥିଲା। ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ଦୁହେଁ ଏକାଠି ଅଭିନୟ କରିଥିଲେ ଏବଂ ଏହାର ନିର୍ଦ୍ଦେଶନା ଦେଇଛନ୍ତି ଅମିତ ରବିନ୍ଦ୍ରନାଥ ଶର୍ମା, କନକୋନା ସେନଶର୍ମା, ଆର ବାଲ୍କି ଏବଂ ସୁଜୟ ଘୋଷ। ଗୋଆରେ ଚାଲିଥିବା ନୂଆ ବର୍ଷ ପାର୍ଟୀରେ ତମନ୍ନା -ବିଜୟଙ୍କୁ କିସ୍ ଦେଉଥିବାର ଭିଡିଓ ସାମ୍ନାକୁ ଆସିଥିଲା। ଏହା ପରେ ଗୁଜବ ଆସିବାକୁ ଲାଗିଲା ଯେ ଉଭୟଙ୍କ ସମ୍ପର୍କ ଅଛନ୍ତି। କିନ୍ତୁ ଉଭୟ ଗଣମାଧ୍ୟମରେ ସେମାନଙ୍କ ସମ୍ପର୍କ ବିଷୟରେ କିଛି କହି ନଥିଲେ କିନ୍ତୁ ଅଭିନେତ୍ରୀ ଏହା କହିଥିଲେ କି "ଆମେ ଏକାଠି ଏକ ଫିଲ୍ମ କରିଛୁ। ଏଭଳି ଗୁଜବ ଜାରି ରହିଛି। ସେଗୁଡିକୁ କ୍ଲିଅର କରିବା ଜରୁରୀ ନୁହେଁ। ମୋର ଏ ବିଷୟରେ ଆଉ କିଛି କହିବାର ନାହିଁ।"
ହେଲେ ବର୍ତ୍ତମାନ ତମନ୍ନା ପ୍ରକାଶ କରିଛନ୍ତି ଯେ ସେ ବିଜୟଙ୍କୁ ଡେଟ କରୁଛନ୍ତି। ଏକ ସାକ୍ଷାତକାର ସମୟରେ ତମନ୍ନା କହିଛନ୍ତି, " “ଏପରି ଜଣେ ବ୍ୟକ୍ତି ଅଛନ୍ତି ଯାହାକୁ ମୁଁ ବହୁତ କେୟାର କରେ। ସେ ହାପି ପ୍ଲେସ୍ । ମୁଁ ଭାବୁନାହିଁ ଯେ ତୁମେ ତୁମର କୋ-ଷ୍ଟାର ହୋଇଥିବାରୁ ତୁମେ କାହା ପ୍ରତି ଆକର୍ଷିତ ହୋଇପାରିବ। ପ୍ରେମ ଯେକୌଣସି ସମୟରେ ହୋଇପାରେ।" ଯଦି କାହାକୁ ପ୍ରେମ କରିବାକୁ ପଡିବ, ଯଦି କାହା ପାଇଁ କିଛି ଅନୁଭବ କରିବାକୁ ପଡିବ ତେବେ ସେ ନିଶ୍ଚିତ ଭାବରେ ବହୁତ ସ୍ପେସାଲ ହୋଇଥିବେ। ସେମାନେ କେଉଁ କାମ କରନ୍ତି ସେଥିରେ କିଛି ଫରକ ପଡ଼େ ନାହିଁ । ମୁଁ ତାଙ୍କ ପ୍ରତି ବହୁତ ଯତ୍ନବାନ। ବର୍ତ୍ତମାନ ଏହାର ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି।
wp:embed {"url":"https://www.prameyanews7.com/karan-deol-drisha-acharya-pre-wedding-ceremony/","type":"wp-embed","providerNameSlug":"prameya-news-7"} /wp:embed