କଟ୍ଟରପନ୍ଥୀଙ୍କ ଟାର୍ଗେଟେର୍ ତସଲିମାଙ୍କ ‘ଚୁମ୍ୱନ’...ପୁସ୍ତକ ମେଳାର ବିକ୍ରି କରୁଥିବା ଷ୍ଟଲ୍‌ରେ କଲେ ଭଙ୍ଗାରୁଜା

Published By : Prameya-News7 Bureau | February 11, 2025 IST

ନୂଆଦିଲ୍ଲୀ: ବାଂଲାଦେଶର ବିବାଦୀୟ ଲେଖିକା ତସଲିମା ନସରିନ୍ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ତସଲିମା ସୋସିଆଲ ମିଡିଆ ପ୍ଲାଟପର୍ମ ଏକ୍ସରେ ଏକ ଭିଡିଓ ପୋଷ୍ଟ କରି କଟ୍ଟରପନ୍ଥୀଙ୍କ ଦ୍ୱାରା ତାଙ୍କ ପୁସ୍ତକ ବିକ୍ରି ହେଉଥିବା ଷ୍ଟଲକୁ ଟାର୍ଗେଟ୍ କରାଯାଇଥିବା କହିଛନ୍ତି । ବାଂଲାଦେଶରେ ତସଲିମା ନସରିନଙ୍କ ପୁସ୍ତକ ନିଷେଧ ଅଟେ । ତସଲିମା ନସରିନ୍ ଲେଖିଛନ୍ତି ଯେ ଜିହାଦୀ ଧାର୍ମିକ ଉଗ୍ରବାଦୀମାନେ ପ୍ରକାଶକ ସବ୍ୟସାଚୀଙ୍କ ଷ୍ଟଲ୍ ଉପରେ ଆକ୍ରମଣ କରିଥିଲେ । ତାଙ୍କର ଅପରାଧ କେବଳ ଏହା ଥିଲା ଯେ ସେ ମୋର ପୁସ୍ତକ ପ୍ରକାଶ କରିଥିଲେ । ତସଲିମା ନସରିନ୍ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ବାଂଲାଦେଶର ନୂତନ ସରକାର ତାଙ୍କୁ ବେଆଇନ ଭାବେ ଫେରିବାରେ ଅଟକାଉଛନ୍ତି । ମୋର ବାଂଲାଦେଶୀ ପାସପୋର୍ଟକୁ ନବୀକରଣ କରାଯାଉ ନାହିଁ ।

ଲେଖକ ତସଲିମା ନସରିନ ଆହୁରି ଲେଖିଛନ୍ତି ଯେ ପୁସ୍ତକ ମେଳା କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ପୋଲିସ ମୋ ପୁସ୍ତର ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଆଦେଶ ପାଳନ କରାଯିବା ପରେ ବି ଉଗ୍ରବାଦୀମାନେ ବୁକ୍ ଷ୍ଟଲରେ ଭଙ୍ଗାରୁଜା କରି ଏହାକୁ ବନ୍ଦ କରିଦେଲେ । ଏହା ସହିତ ତସଲିମା ମଧ୍ୟ ଅଭିଯୋଗ କରିଛନ୍ତି ଯେ ସରକାର ଏହି ଆତଙ୍କବାଦୀଙ୍କୁ ସମର୍ଥନ କରୁଛନ୍ତି ଏବଂ ଜିହାଦୀ କାର୍ଯ୍ୟକଳାପ ସମଗ୍ର ଦେଶରେ ବ୍ୟାପିଛି ।

ତେବେ ବାଂଲାଦେଶ ସରକାରଙ୍କ ବର୍ତ୍ତମାନର ମୁଖ୍ୟ ମହମ୍ମଦ ୟୁନୁସ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ ଏହା ବାଂଲାଦେଶୀ ନାଗରିକଙ୍କ ଅଧିକାର ତଥା ଆମ ଦେଶର ଆଇନ ପ୍ରତି ଅବମାନନା । ପୁସ୍ତକ ମେଳାରେ ହୋଇଥିବା ଆକ୍ରମଣର ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ମହମ୍ମଦ ୟୁନୁସ କହିଛନ୍ତି ଯେ ଏହି ଭଳି ହିଂସା ଭାଷା ଆନ୍ଦୋଳନର ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଥିବା ଏକ୍ୟୁସି ପୁସ୍ତକ ମେଳାର ଖୋଲା ମନୋଭାବକୁ କ୍ଷୁର୍ଣ୍ଣ କରୁଛି। 

ବଙ୍ଗାଳୀରେ ଲିଖିତ ଏହି ପୁସ୍ତକର ନାମ ହେଉଛି ଚୁମ୍ୱନ । ଏହି ପୁସ୍ତକ ତସଲିମାଙ୍କର କିଛି କାହାଣୀର ସଂଗ୍ରହ ଅଟେ । ତସଲିମା ଏହି କାହାଣୀଗୁଡିକ ବିଷୟରେ ଲେଖିଛନ୍ତି - ଯେଉଁ ଲୋକ ଏବଂ ଜିହାଦୀଙ୍କୁ ସେ ଦୀର୍ଘ ବର୍ଷ ଧରି ଅତି ନିକଟରୁ ଦେଖିଥିଲେ ଏବଂ ଏପର୍ଯ୍ୟନ୍ତ ସେମାନଙ୍କୁ ଦେଖୁଛନ୍ତି, ସେମାନେ ଏତେ ବିଭତ୍ସ ଯେ ସାହିତ୍ୟରେ ଆଚ୍ଛାଦିତ କରାଯାଏ ତେବେ ତାହା ସମ୍ପୂର୍ଣ୍ଣ ଅଶ୍ଳୀଳ ଲାଗିବ । ଯଦିଓ ସେମାନଙ୍କର କାହାଣୀ ବି ଢାକା, କୋଲକାତା, ଦିଲ୍ଲୀ କିମ୍ବା ସାଉଦି ଆରବ ପରି ବିଭିନ୍ନ ପରିବେଶ ଏବଂ ସ୍ଥାନରୁ ଆସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.