ଟାଟାଙ୍କ ମେଗା ପ୍ଲାନ୍, ସମସ୍ତଙ୍କ ହାତକୁ ଆସିବ ଭାରତୀୟ ଆଇଫୋନ, ୨୮ ହଜାର ଲୋକଙ୍କ ନିମନ୍ତେ କର୍ମ ନିଯୁକ୍ତିର ସୁଯୋଗ

Published By : Prameya-News7 Bureau | November 27, 2023 IST

ମୁମ୍ବାଇ ୨୭।୧୧: ଦେଶର ଦିଗ୍ଗଜ ଟେକ୍‌ କମ୍ପାନୀ ଟାଟା ଗ୍ରୁପ ଏବେ କିଛି ନୂଆ କରିବାକୁ ଯାଉଛନ୍ତି। ନିକଟରେ ଟାଟା ତାଙ୍କର ମେଗା ପ୍ଲାନ ଉଜାଗର କରିଛନ୍ତି, ଯେଉଁଥିରେ ସମସ୍ତଙ୍କୁ ଏବେ ସ୍ୱଦେସୀ ଆଇଫୋନ ମିଳିପାରିବ। ଭାରତୀୟ କମ୍ପାନୀ ଟାଟା ଏବେ ଦେଶରେ ଆଇଫାନ ତିଆରି କରିବେ। କମ୍ପାନୀ ଭାରତରେ ଆଇଫୋନ ତିଆରି କାମ ତ୍ୱରାନ୍ୱିତ କରିବାକୁ ଚାହୁଁଛନ୍ତି। ଏଥି ପାଇଁ ଟାଟା ଡୋମେଷ୍ଟିକ୍ ଓ ଗ୍ଲୋବାଲ ମାର୍କେଟ ପାଇଁ ଭାରତରେ ଆପଲ ଆଇଫୋନର ନିର୍ମାଣ କାମ ଆରମ୍ଭ କରିଦେବେ।

କାମକୁ ତ୍ୱରାନ୍ୱିତ କରିବା ପାଇଁ ଟାଟା ଗ୍ରୁପଙ୍କ କମ୍ପାନୀ ଟାଟା ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ ଲିମିଟେଡ ୧୨୫ ମିଲିୟନ ଡଲାରରେ ୱିଷ୍ଟର୍ଣ୍ଣ ଇନଫୋକମ ମେନୁଫାକ୍ଚରିଂ ପ୍ରାଇଭେଟ ଲିମିଟେଡକୁ କିଣି ନେଇଛନ୍ତି। ଟାଟା ଏବେ ତାଙ୍କର ସମ୍ପ୍ରସାରଣ ଯୋଜନାରେ ଏହାର କ୍ଷମତା ବୃଦ୍ଧି କରିବେ। ଏହି ୟୁନିଟ୍‌ରେ ମୋଟ ୫ହଜାର କୋଟି ଟଙ୍କା ନିବେଶ ହେବ। ବର୍ଷେରୁ ଦେଢ ବର୍ଷ ମଧ୍ୟରେ କମ୍ପାନୀ ୨୫ରୁ ୨୮ ହଜାର ଲୋକଙ୍କୁ ନିଯୁକ୍ତ କରିବେ।

{"id":875404,"sizeSlug":"full","linkDestination":"none"}

ଇଟିଙ୍କ ରିପୋର୍ଟ ଅନୁସାରେ ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି ଯେ କମ୍ପାନୀ ୟୁନିଟକୁ ବର୍ତ୍ତମାନର ଆକାର ଓ କ୍ଷମତାକୁ ଦେଢରୁ ୨ ଗୁଣା ବୃଦ୍ଧି କରିବାକୁ ବିଚାର କରୁଛନ୍ତି।  ୨୦୦୮ ମସିହାରେ ୱିଷ୍ଟର୍ଣ୍ଣର ଭାରତରେ ପ୍ରବେଶ ହୋଇଥିଲା, ୨୦୧୭ ମସିହାରେ ଏହି କମ୍ପାନୀ ଆପଲ ନିମନ୍ତେ ଆଇଫୋନ ମାନୁଫ୍ୟାକ୍ଚରିଂ କରିବା ଆରମ୍ଭ କରିଥିଲା। ଏହି ପ୍ଲାଣ୍ଟରୁ ହିଁ ଆଇଫୋନ ୧୪ ମଡେଲର ପ୍ରଡକ୍ସନ ହୋଇଛି। ଏଠାରେ ଏବେ ୧୦ ହଜାରରୁ ଅଧିକ କର୍ମଚାରୀ କାମ କରୁଛନ୍ତି। ଟାଟା କମ୍ପାନୀ ଏହି ପ୍ଲାଣ୍ଟକୁ କ୍ରୟ କରି ଏକ ପ୍ରସଂଶନୀୟ କାମ କରିଛନ୍ତି।

ଏବେ ଟାଟା ଏହି କମ୍ପାନୀ କ୍ରୟ କରିବା ପରେ ଭାରତ ମାର୍କେଟରୁ ୱିଷ୍ଟର୍ଣ୍ଣ ଆଉଟ୍ ହୋଇଯାଇଛି। ଉଲ୍ଲେଖଯୋଗ୍ୟ ଯେ ୱିଷ୍ଟର୍ଣ୍ଣ କମ୍ପାନୀ ବ୍ୟତୀତ ଭାରତରେ ପେଗାଟ୍ରନ ଓ ଫକ୍ସକନ ମଧ୍ୟ ଆଇଫୋନ ପ୍ରଡକ୍ସନ କରୁଛନ୍ତି। ଏବେ ଏହି ତାଲିକାକୁ ଏବେ ଟାଟାଙ୍କର ମଧ୍ୟ ଏଣ୍ଟ୍ରି ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.