କେନ୍ଦୁଝର ଜିଲ୍ଲା ହାଟଡ଼ିହିରେ ବିଶାଳ ଶିକ୍ଷକ ସମାବେଶ

Published By : Prameya-News7 Bureau | January 24, 2025 IST

ଆନନ୍ଦପୁର ୧: ୨୦୦୧ ମସିହା ଠାରୁ ୨୦୨୪ ମସିହା ପର୍ଯ୍ୟନ୍ତ ନିଯୁକ୍ତି ପାଇଥିବା ସମସ୍ତ ବର୍ଗର ଶିକ୍ଷକମାନଙ୍କୁ ନେଇ ଗୋଟିଏ ସଂଘ ଗଠନ କରି ସମଗ୍ର ଓଡ଼ିଶାର ଶିକ୍ଷକ ସମାଜକୁ ଗୋଟିଏ ରଜୁରେ ପରିଣତ କରି ଏକ ସଂଘ ଗଠନ କରିବାର ମାନସିକତାକୁ ମଜଭୁତ କରିବା ପାଇଁ ହାଟଡିହି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ  ଉଦ୍ୟମ ଆରମ୍ଭ କରିଛି । ହାଟଡିହି ହାଇସ୍କୁଲ ପରିସରରେ ଆବାହକ ରାଜ କିଶୋର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ବ୍ଲକ ଶିକ୍ଷା ଅଧିକାରୀ ଓଁକାର ଅନ୍ୱେଷ, ବ୍ଲକ ସହ ଶିକ୍ଷା ଅଧିକାରୀ ପ୍ରମୋଦ ନାୟକ, ପ୍ରଧାନ ଶିକ୍ଷକ ପରମାନନ୍ଦ ପରିଡା ପ୍ରମୁଖ ଯୋଗଦେଇ ଥିଲେ । ସମଗ୍ର ଓଡ଼ିଶାରେ ଗୋଟିଏ ସଂଘ ଗଠନ କରିବା, ଶିକ୍ଷକ, ଶିକ୍ଷାୟତନ, ଶିକ୍ଷା ବ୍ୟବସ୍ଥାକୁ ସୁଚାରୁରୂପେ ପାଳନ କରିବା ଓ କାର୍ଯ୍ୟକାରୀ କରିବା ପାଇଁ ଏହି ବୈଠକରେ   ଉଦ୍ଦେଶ୍ୟ ବୋଲି ବରିଷ୍ଠ ଶିକ୍ଷକ ନେତା ସୁରେନ୍ଦ୍ରନାଥ ରାଉତ , ପ୍ରଫୁଲ୍ଲ ମଣ୍ଡଳ ପ୍ରମୁଖ  ଶିକ୍ଷକ ମାନଙ୍କୁ ଉଦବୋଧନ ଦେଇଥିଲେ। ଏହି ଅବସରରେ ନୂତନ ଭାବେ ନିଯୁକ୍ତି ପାଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ଓ ନୂତନ ଭାବେ ସ୍ଥାୟୀ ନିଯୁକ୍ତି ପାଇଥିବା ଶିକ୍ଷକ ମାନଙ୍କୁ ପୁଷ୍ପଗୁଚ୍ଛ ଦିଆଯାଇ ସ୍ୱାଗତ କରାଯାଇଥିବା ବେଳେ ନିକଟରେ ଅବସର  ଗ୍ରହଣ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀ  ମାନଙ୍କୁ ଉତ୍ତରୀୟ  ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।

You Can Read:

ବାରବାଟୀ ମ୍ୟାଚ୍‌ ପାଇଁ ଆସନ୍ତା ୨ରୁ ଅନଲାଇନ୍ ଟିକେଟ୍, ବିକ୍ରି ହେବ ୪ ହଜାର ଟିକେଟ୍ 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.