ନୂଆଦିଲ୍ଲୀ ୨୩।୧୨; ବ୍ରାଜିଲ ଭୟଙ୍କର ବିମାନ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୃ ହୋଇଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି । ଗ୍ରାମାଡୋରେ ବିମାନଟି ଅନେକ ଦୋକାନ ଏବଂ ଘର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ବିମାନଟି ଉଡାଣ ଭରିବାର ଗୋଟିଏ ମିନିଟ ମଧ୍ୟରେ ଦୁର୍ଘଟଣାଗସ୍ତ ହୋଇଛି । ବିମାନଟି ପ୍ରଥମେ ଏକ ବିଲ୍ଡିଂରେ ମାଡ ହେବା ପରେ ଏକ ଫର୍ଣ୍ଣଚର ଦୋକନ ଉପରେ ପଡିଥିଲା । ଏନେଇ ବ୍ରାଜିଲ କତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ବିମାନଟି ହେଉଛି ପାଇପର ଚେୟେନ ୪୦୦ ଟର୍ବୋପ୍ରପ କମ୍ପାନିର। ବିମାନରେ ମୋଟ ୧୦ ଜଣ ଯାତ୍ରୀ ଓ କ୍ରୁ ଥିଲେ । ବିମାନଟି ଗ୍ରାମାଡୋର କେନେଲା ସହରରୁ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଫ୍ଲୋରିଅନପୋଲିସକୁ ଯାଉଥିଲା । ତେବେ ବିମାଟି ଉଡାଣ କରିବାର କିଛି ସମୟ ଭିତରେ ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରଥମେ ଏକ ଅଟ୍ଟାଳିକାର ଚିମିନକୁ ଧକ୍କା ଦେଇଥିଲା । ପରେ ସେହି ଅଟ୍ଟାଳିକାରେ ଧକ୍କା ଲାଗି ନିକଟସ୍ଥ ଏକ ଫର୍ଣ୍ଣିଚର ଦୋକାନ ଉପରେ ଖସିପଡିଥିଲା । ବିମାନରେ ଥିବା ସମସ୍ତ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା ବେଳେ ଉକ୍ତ ଅଟ୍ଟାଳିକା ଓ ଫର୍ଣ୍ଣିଚର ଦୋକାନର ୧୫ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଦୁର୍ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି । ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ରାଜ୍ୟପାଳ ଏଡୁଆର୍ଡୋ ଲାଇଟ୍ କହିଛନ୍ତି ଯେ ମୁଁ ରାଜ୍ୟ ସୁରକ୍ଷା ବାହିନୀ ସହିତ ଗ୍ରାମାଡୋରେ ବିମାନ ଦୁର୍ଘଟଣାରରେ ଦୁଃଖଦ ଘଟଣା ଉପରେ ନଜର ରଖିଛି। ଘଟଣାର ଜବାବ ଦେବା ପାଇଁ ସମସ୍ତ ମ୍ୟୁନିସିପାଲିଟି ଏବଂ କାନେଲା କର୍ମଚାରୀ ନିୟୋଜିତ ହୋଇଛନ୍ତି।