ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ କୁଏତ ଗସ୍ତ ଶେଷ ହୋଇଛି। ସେ ଭାରତ ଫେରିଆସିଛନ୍ତି। କୁଏତର ପ୍ରଧାନମନ୍ତ୍ରୀ ଶେଖ ଅହମ୍ମଦ ଅଲ-ଅବଦୁଲ୍ଲା ଅଲ-ଅହମ୍ମଦ ଅଲ-ସାବ ତାଙ୍କୁ ବିମାନବନ୍ଦର ଯାଏ ଛାଡିବାକୁ ଆସିଥିଲେ। ପ୍ରଧାନମନ୍ତ୍ରୀ ଫେରିବା ସମୟରେ ଏହି ନେତାଙ୍କ ସମ୍ପର୍କ ଦୁଇ ଦେଶ ସମ୍ମାନକୁ ପ୍ରତିଫଳିତ କରିଛି। ଦ୍ୱିପାକ୍ଷିକ ସମ୍ପର୍କର ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଅଟେ।
ଏହାପୂର୍ବରୁ, ପ୍ରଧାନମନ୍ତ୍ରୀ ମୋଦୀ ଏବଂ କୁଏତର ଏମିର ଶେଖ ମେଶାଲ ଅଲ-ଅହମ୍ମଦ ଅଲ-ଜାବର ଅଲ-ସବାଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ସହ ରଣନୀତିକ ଭାଗିଦାରୀ ସହ ସମ୍ପର୍କରେ ଗୁରୁତ୍ୱ ଦିଆଯାଇଥିଲା। ପ୍ରତିରକ୍ଷା ସମ୍ପର୍କକୁ ମଜବୁତ କରିବା ପାଇଁ ଏକ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷର କରାଯାଇଥିଲା। ଏମିରଙ୍କ ବ୍ୟତୀତ ମୋଦୀ କୁଏତ ପ୍ରଧାନମନ୍ତ୍ରୀ ଅହମ୍ମଦ ଅବଦୁଲ୍ଲା ଅଲ-ଅହମ୍ମଦ ଅଲ-ସବା ଏବଂ କ୍ରାଉନ ପ୍ରିନ୍ସ ସାବ ଅଲ-ଖାଲିଦ ଅଲ-ହମାଦ ଅଲ-ମୁବାରକ ଅଲ-ସବା ସହିତ ବିସ୍ତୃତ ଆଲୋଚନା କରିଥିଲେ।
#WATCH | Prime Minister Narendra Modi leaves for Delhi from Kuwait after completing his 2-day visit to Kuwait at the invitation of Sheikh Meshal Al-Ahmad Al-Jaber Al-Sabah, the Amir of the State of Kuwait
— ANI (@ANI) December 22, 2024
(Source - DD News) pic.twitter.com/VLJD2EPYjm
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବାଣିଜ୍ୟ, ପୁଞ୍ଜି ବିନିଯୋଗ, ଶକ୍ତି, ପ୍ରତିରକ୍ଷା, ସୁରକ୍ଷା, ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରଯୁକ୍ତିବିଦ୍ୟାକୁ ନେଇ ବିଭିନ୍ନ କ୍ଷେତ୍ରରେ ରଣନୀତିକ ଭାଗିଦାରୀକୁ ମଜବୁତ କରିବା ପାଇଁ ଦୁଇ ପ୍ରଧାନମନ୍ତ୍ରୀ ଏକ ରୋଡମ୍ୟାପ ଉପରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ଦିନ ଦୁଇ ଦିନିଆ ଗସ୍ତରେ ଆସିଥିଲେ କୁଏତ। ଯାହାକି ୪୩ ବର୍ଷ ମଧ୍ୟରେ ଏହି ଗଲ୍ଫ ଦେଶକୁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ।