ନୂଆଦିଲ୍ଲୀ: କୁଏତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଛି। ରବିବାର କୁଏତ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ “ଦ ଅର୍ଡର ଅଫ୍ ମୁବାରକ ଅଲ କବୀର”ରେ ସମ୍ମାନିତ କରିଛନ୍ତି। ଏହାକୁ ମିଶାଇ ମୋଦୀ ୨୦ ଅନ୍ତର୍ଜାତୀୟ ପୁରସ୍କାର ହାସଲ କରିଛନ୍ତି।
“ଦ ଅର୍ଡର ଅଫ୍ ମୁବାରକ ଅଲ କବୀର” କୁଏତର ନାଇଟହୁଡ ଅର୍ଡର। ଏହା ମିତ୍ରତାର ପ୍ରତୀକ ରୂପେ ରାଷ୍ଟ୍ରମୁଖ୍ୟ, ଏବଂ ବୈଦେଶିକ ଅଖଣ୍ଡତା ଏବଂ ରାଜ ପରିବାରକୁ ଦିଆ ଯାଇଥାଏ। ଏହା ପୂର୍ବରୁ କୁଏତ ବିଲ କ୍ଲିଣ୍ଟନ, ପ୍ରିନ୍ସ ଚାର୍ଲ୍ସ ଓ ଏବଂ ଜର୍ଦ ବୁସଙ୍କୁ ଏହି ସମ୍ମାନରେ ସାମ୍ମାନିତ କରି ସାରିଛି।
ପ୍ରଧାନମନ୍ତ୍ରୀ ମୋଦୀ କୁଏତ ଶାସନର ପ୍ରାଣ କେନ୍ଦ୍ର ବାୟନ ପେଲେସରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ବୟାନ ପ୍ୟାଲେସରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଏହି ଉତ୍ସବରେ କୁଏତର ଆମିର ଶେଖ ମେଶଲ ଅଲ-ଅହମ୍ମଦ ଅଲ-ଜବର ଅଲ-ସବହ ଉପସ୍ଥିତ ଥିଲେ।
ଭାରତରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏ ବିଷୟରେ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛି। ବାୟନ ପ୍ୟାଲେସ୍ରେ ପହଞ୍ଚିବା ପରେ ମୋଦୀଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା। କୁଏତର ପ୍ରଧାନମନ୍ତ୍ରୀ ଏଚ୍ ଏଚ୍ ଶେଖ ଅହମ୍ମଦ ଅବଦୁଲ୍ଲା ଅଲ-ଅହମ୍ମଦ ଅଲ-ସବାଙ୍କ ତାଙ୍କୁ ଆନନ୍ଦରେ ସ୍ୱାଗତ କରିଥିଲେ।ଏହାପରେ ଏଚଏଚ ଆମୀର, କ୍ରାଉନ୍ ପ୍ରିନ୍ସ ଏବଂ କୁଏତର ପ୍ରଧାନମନ୍ତ୍ରୀଙ୍କ ସହ ବ୍ୟାପକ ଆଲୋଚନା ହୋଇଥିଲା ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି।
ଶେଖ ମେଶଲ ଅଲ-ଅହମ୍ମଦ ଅଲ-ଜବର ଅଲ-ସବାଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ମୋଦୀ ଦୁଇ ଦିନିଆ ଆରବ ରାଷ୍ଟ୍ର କୁଏତ ରାଜକୀୟ ଭ୍ରମଣରେ ଯାଇଛନ୍ତି। ୪୩ ବର୍ଷ ପରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦୀ କୁଏତ ରାଜକୀୟ ଭ୍ରମଣରେ ଯାଇଛନ୍ତି।