କୁଏତ ଏମିର୍‌ଙ୍କୁ ଭେଟିଲେ ପିଏମ୍ ମୋଦୀ: ପ୍ରତିରକ୍ଷା ଓ ବାଣିଜ୍ୟ ଉପରେ ଦ୍ୱିପାକ୍ଷିକ ଆଲୋଚନା

Published By : Prameya-News7 Bureau | December 22, 2024 IST

News7

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୁଏତ ଗସ୍ତରେ ଅଛନ୍ତି। ମୋଦୀଙ୍କ ଏହି ଗସ୍ତ ଅନେକ ଗୁରୁତ୍ୱ ବହନ କରୁଛି। କାରଣ ୪ ଦଶନ୍ଧି ପରେ କୁଏତକୁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୁଏତର ଏମିର ଶେଖ ମେଶାଲ ଅଲ-ଅହମ୍ମଦ ଅଲ-ଜାବର ଅଲ-ସବାଙ୍କୁ ଭେଟିଥିଲେ। ଯେଉଁଥିରେ ଭାରତ-କୁଏତ ସମ୍ପର୍କକୁ ଗଭୀର କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହା ବ୍ୟତୀତ କୁଏତ ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା।

କୁଏତର କ୍ରାଉନ୍ ପ୍ରିନ୍ସ ଶେଖ୍ ସବା ଅଲ-ଖାଲିଦ ଅଲ-ସବାଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଭେଟିବେ। ଅଧିକାରୀମାନେ କହିଛନ୍ତି ଯେ ପ୍ରତିରକ୍ଷା ଏବଂ ବାଣିଜ୍ୟ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସମ୍ପର୍କକୁ ମଜବୁତ କରିବା ଏହି ବୈଠକରେ ଆଲୋଚନା ହେବ। ଶନିବାର ନରେନ୍ଦ୍ର ମୋଦୀ ଏକ ଭାରତୀୟ ସମ୍ପ୍ରଦାୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଏବଂ ଏକ ଭାରତୀୟ ଶ୍ରମ ଶିବିର ମଧ୍ୟ ପରିଦର୍ଶନ କରିଥିଲେ।

କୁଏତ ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଏବଂ ଗଲ୍ଫ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଏକ ଏମଓୟୁ ସ୍ୱାକ୍ଷର କରିପାରନ୍ତି। ଅଶୋଧିତ ତୈଳ ଯୋଗାଣକାରୀ ଷଷ୍ଠ ବୃହତ୍ତମ ତଥା ଏନର୍ଜି ଆବଶ୍ୟକତାର ୩ ପ୍ରତିଶତ ପୂରଣ କରି କୁଏତ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ ଭାଗିଦାରୀ ହୋଇପାରିଛି। 

କୁଏତ ହେଉଛି ଭାରତର ପ୍ରମୁଖ ବାଣିଜ୍ୟ ଭାଗିଦାରୀ ଏବଂ ଭାରତୀୟ ପ୍ରବାସୀମାନେ ବ୍ୟକ୍ତିମାନେ କୁଏତରେ ବହୁ ସଂଖ୍ୟାରେ ବାସ କରନ୍ତି। ଭାରତ ଏବଂ କୁଏତ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ 2023-24 ବର୍ଷରେ 10.47 ବିଲିୟନ ଡ଼ଲାରରେ ରେକର୍ଡ କରାଯାଇଛି। ଚଳିତ ବର୍ଷ କୁଏତକୁ ଭାରତୀୟ ରପ୍ତାନି ପ୍ରଥମ ଥର ପାଇଁ ୨ ବିଲିୟନ ଡ଼ଲାରରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.