ନୂଆଦିଲ୍ଲୀ ୧୦।୨: ଦିଲ୍ଲୀ ଉଚ୍ଚନ୍ୟାୟାଳୟ ଏକ ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା ଆଇନ (ପକସୋ) ମାମଲାରେ କହିଛନ୍ତି ଯେ ସହମତିରେ ଯୌନ ସମ୍ପର୍କ ସ୍ଥାପନା ଦାବି ସମ୍ପର୍କିତ ଆବେଦନ ଆଇନତଃ ଅପ୍ରାସଙ୍ଗିକ, କାରଣ ପୀଡ଼ିତାଙ୍କ ଆୟୁ ଏଥିରେ ନିର୍ଣ୍ଣାୟକ କାରକ। ବିଚାରପତି ଜଷ୍ଟିସ୍ ସଞ୍ଜୀବ ନରୁଲା କହିଛନ୍ତି ଯେ ନା ବାଳିକା ପ୍ରତି ଯୌନ ଉତ୍ପୀଡ଼ନ ଅଭିଯୋଗରେ ମକଦ୍ଦମାରେ ଫଶିଥିବା ଏକ ବ୍ୟକ୍ତି ଦ୍ୱାରା ସହମତିରେ ଯୌନ ସମ୍ପର୍କ ସ୍ଥାପନାର ତର୍କ ଆଇନତଃ ଅପ୍ରାସଙ୍ଗିକ।
କୋର୍ଟ କହିଛନ୍ତି ଯେ ପକସୋ ଆଇନରେ ପୀଡ଼ିତାଙ୍କ ବୟସ ଏକ ନିର୍ଣ୍ଣାୟକ କାରକ ଓ ପୀଡ଼ିତା ଯଦି ୧୮ବର୍ଷରୁ କମ ତେବେ ଆଇନ ଅନୁସାରେ ସେ ବୈଧ ସହମତି ଦେଇ ପାରିବେ ନାହିଁ। ବିଚାରପତି ୩ ଫେବୃଆରୀର ଆଦେଶରେ କହିଛନ୍ତି ଯେ ‘ଏଥି ପାଇଁ ଶାରୀରିକ ସମ୍ପର୍କର କଥିତ ସହମତିର ପ୍ରକୃତି ପକସୋ ଆଇନରେ ମକଦ୍ଦମାରେ ପ୍ରଥମ ଦୃଷ୍ଟ୍ୟା ଅପ୍ରାସଙ୍ଗିକ।’ ଏଣୁ କୋର୍ଟ ୨୬ ବର୍ଷ ବୟଷ୍କ ଅଭିଯୁକ୍ତର ଜାମିନ ନିବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି।
ଅଭିଯୁକ୍ତ ବିରୋଧରେ ୨୦୨୪ରେ ତାଙ୍କ ୧୬ ବର୍ଷର ପଡୋଶୀଙ୍କୁ ଯୌନ ଉତ୍ପୀଡ଼ନା ଦେବା ଓ ଗର୍ଭପାତ ପାଇଁ ଔଷଧ ଦେବାର ମଧ୍ୟ ଅଭିଯୋଗ ହୋଇଥିଲା। ଅଭିଯୁକ୍ତ ପୂର୍ବରୁ ବିବାହିତ ଓ ତାଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ଅଛି। ସେ କହିଥିଲା ଯେ ପୀଡ଼ିତା ୧୮ବର୍ଷର ଥିଲା ଓ ତା ସମ୍ପର୍କ ସହମତିପୂର୍ଣ୍ଣ ଥିଲା। ହାଇକୋର୍ଟ କହିଛନ୍ତି ଯେ ବୟାନର ପ୍ରଭାବ ଯାଞ୍ଚ ମୋକଦ୍ଦମା କାଳରେ କରାଯିବ, ଯେତେବେଳେ ପକ୍ଷକାର ସାକ୍ଷ ପ୍ରସ୍ତୁତ କରିଦେବେ। କୋର୍ଟ କହିଛନ୍ତି ଯେ ଯେହେତୁ ଏହି ସମୟରେ ସ୍କୁଲ ରେକର୍ଡକୁ ଅଣଦେଖା କରାଯାଇ ପାରିବନି, ଯେଉଁଥିରେ ପୀଡ଼ିତାଙ୍କ ଜନ୍ମ ତାରିଖ ୩ ଅଗଷ୍ଟ ୨୦୦୮ ସ୍ପଷ୍ଟ ରୂପେ ଲେଖାଯାଇଛି। କୋର୍ଟ କହିଛନ୍ତି ଯେ ଅପରାଧର ପ୍ରକୃତି, ପୀଡ଼ିତା ଓ ଅଭିଯୁକ୍ତଙ୍କ ମଧ୍ୟରେ ବୟସର ଅନ୍ତର ତଥ୍ୟ ଉପରେ ଏବେ ମୋକଦ୍ଦମା ଚାଲିଛି। କୋର୍ଟ କହିଛନ୍ତି ଯେ ଅପରାଧର ଜଟିଳତା, ସାକ୍ଷଙ୍କୁ ପ୍ରଭାବିତ କରିବାର ସମ୍ଭାନା ଓ ମକଦ୍ଦମାର ପର୍ଯ୍ୟୟକୁ ନଜରରେ ରଖି କୋର୍ଟ ଆବେଦନକାରୀଙ୍କୁ ଜାମିନ ଦେବାକୁ ଇଛୁକ ନୁହନ୍ତି।