ମହାକୁମ୍ଭରେ ପୁଣି ଲାଗିଲା ନିଆଁ, ସେକ୍ଟର ୧୮ ଓ ୧୯ରେ ଜଳିଗଲା ଅନେକ ଟେଣ୍ଟ

Published By : Prameya-News7 Bureau | February 15, 2025 IST

ପ୍ରୟାଗରାଜ ୧୫।୨: କୁମ୍ଭମେଳାରେ ଶନିବାର ପୁଣି ଥରେ ନିଆଁ ଲାଗିଛି। ନିଆଁ ଲାଗିବାମାତ୍ରେ ଘଟଣାସ୍ଥଳରେ ଲୋକେ ଘାବରେଇ ଯାଇଥିଲେ। ଫଳରେ ଏଣେତେଣେ ଦଉଡାଧାପଡା ହୋଇଥିଲେ। ଏହି ଅଗ୍ନିକାଣ୍ଡରେ ପାଖାପାଖି ୨୪ଟି ଟେଣ୍ଟ ଜଳି ଯାଇଥିବାର ଆଶଙ୍କା କରାଯାଉଛି। ନିଆଁ ଲାଗିଥିବାର ସୂଚନା ମିଳିବାମାତ୍ରେ ଅଗ୍ନିସମ ବିଭାଗ  ଓ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିବା ସହ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଛନ୍ତି। 

ଏହି ଅଗ୍ନିକାଣ୍ଡ ମହାକୁମ୍ଭର ସେକ୍ଟର ୧୯ରେ ହୋଇଛି। ଫଳରେ ଅଯୋଧ୍ୟାର ଲବକୁଶ ଆଶ୍ରମର ଶିବିର ସମେତ ୨୪ଟିରୁ ଅଧିକ ଟେଣ୍ଟ ଜଳି ଯାଇଛି। ନିଆଁ ଲାଗିବା ପରେ କୁମ୍ଭ କ୍ଷେତ୍ରରେ କିଛି ସମୟ ପାଇଁ ବିଜୁଳି ସରବରାହ ବାଧିତ ହୋଇଛି। ଘଟଣାସ୍ଥଳରେ ପହଞ୍ଚିଥିବା ଏଡିଜି ଭାନୁ ଭାଷ୍କର ଅଗ୍ନିକାଣ୍ଡରେ ଜନହାନୀର କୌଣସି ସୂଚନା ନଥିବା କହିଛନ୍ତି। ଅନ୍ୟପଟେ ଡିଆଇଜି ବିଭବ କୃଷ୍ଣଙ୍କ ସମେତ ପ୍ରଶାସନିକ ଅଧିକାରୀ ପରିସ୍ଥିତି ଉପରେ ନଜର ରଖି ରହିଛନ୍ତି। 

ରେଳ ଓଭରବ୍ରିଜ ତଳେ ଥିବା ଟେଣ୍ଟମାନଙ୍କରେ ନିଆଁ ଲାଗିଛି। ତେବେ ଦମକଳ ବିଭାଗ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଛନ୍ତି। ଏଥିରେ କିଛି ପୁରୁଣା ଓ ଖାଲି ପଡିଥିବା ଟେଣ୍ଟ ପ୍ରଭାବିତ ହୋଇଛି। ଏହି ଟେଣ୍ଟ ଗୁଡିକ କୁମ୍ଭମେଳା ଆରମ୍ଭ ବେଳେ କଳ୍ପବାସୀଙ୍କ ଦ୍ୱାରା ବ୍ୟବହୃତ ହେଉଥିଲା। ତେବେ ପରେ ଏଗୁଡିକ ଖାଲି ପଡିଥିଲା। ଏଣୁ ଅଗ୍ନିକାଣ୍ଡରେ ଧନଜୀବନ ହାନୀ ହୋଇ ନାହିଁ ବୋଲି ଏଡିଜି ବିଭବ କୃଷ୍ଣ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.