ମାହାଙ୍ଗାରେ ଏ ପର୍ଯ୍ୟନ୍ତ ସରକାର କରିନାହାନ୍ତି କୌଣସି ବିକାଶମୂଳକ କାମ : ପଂଚାୟତ ପ୍ରତିନିଧି

Published By : Prameya-News7 Bureau | February 19, 2025 IST

ମାହାଙ୍ଗା 19/02 :'ସରକାର ଆସିଲେ। କିନ୍ତୁ ମାଙ୍ଗାରେ ଆଜି ପର୍ଯ୍ୟନ୍ତ କୌଣସି କାମ ଆରମ୍ଭ ହୋଇନି। ଯାହା ବି କାମ ସରିଛି ତାର ବିଲ୍ ଏ ପର୍ଯ୍ୟନ୍ତ ପାସ୍ ହୋଇନି  କି  ତାର ଟଙ୍କା ବି ଆଜି ପର୍ଯ୍ୟନ୍ତ ମିଳିନି।' ମାହାଙ୍ଗାରେ ବିକାଶମୂଳକ କାମ ଆରମ୍ଭ କରନ୍ତୁ ଆଉ ପୂର୍ବ କାମର ବିଲ୍ ପାସ୍ କରିବା ଦାବି ନେଇ ଧାରଣାରେ ବସିଛନ୍ତି, ପଂଚାୟତ ଲୋକ ପ୍ରତିନିଧିମାନଙ୍କ ସମେତ ଖୋଦ ବ୍ଲକ ଚେୟାରମ୍ୟାନ। ଏଭଳି ସ୍ଥିତି ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକରେ। ନୂଆ ସରକାର ଆସିବା ଦିନଠାରୁ  ବ୍ଲକରେ କୌଣସି ପଂଚାୟତରେ ଉନ୍ନୟନ ମୂଳକ କାର୍ଯ୍ୟ ହୋଇପାରୁନାହିଁ  ଏହା ସହ ପୁରୁଣା କାର୍ଯ୍ୟର ମଧ୍ୟ ବିଲ ଉଦ୍ଦେଶ୍ୟ ମୂଳକ ଭାବରେ କରାଯାଉ ନଥିବା ବୋଲି ଅଭିଯୋଗ  ଆଣିଛନ୍ତି ଧାରଣାରେ ବସିଥିବା ସରପଞ୍ଚ ଓ ସମିତି ସଭ୍ୟ ମାନେ କହିଛନ୍ତି। 

ବ୍ଲକ ଅଧ୍ୟକ୍ଷା ବ୍ଲକ ପରିସରରେ ଥିବା ବିଜୁ ପଟନାୟକଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଦେଇ ବିଭିନ୍ନ ପଂଚାୟତର ପ୍ରତିନିଧି ମାନଙ୍କ ସହ ଧାରଣାରେ ବସିବା ସହ ନୂଆ ସରକାରଙ୍କ ବିରୁଦ୍ଧରେ ମଧ୍ୟ ସ୍ଲୋଗାନ ଦେଇଛନ୍ତି। ବ୍ଲକ ଅଧ୍ୟକ୍ଷାଙ୍କ କଥା ବ୍ଲକ ପ୍ରଶାସନ ମାନୁନାହିଁ  ବୋଲି ସେ ଅଭିଯୋଗ କରିଛନ୍ତି। 

ସେପଟେ ଯେ ପର୍ଯ୍ୟନ୍ତ ଏହାର ସମାଧାନ ହୋଇ କାର୍ଯ୍ୟ ଆରମ୍ଭ ନହେବ ସେ ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ବ୍ଲକ ଅଧ୍ୟକ୍ଷା ,୪ ଟି ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟ ଓ ପଂଚାୟତ ପ୍ରତିନିଧିମାନେ କହିଛନ୍ତି। ଧାରଣା ସ୍ଥଳରେ ମାହାଙ୍ଗା ପୋଲିସ ପ୍ରଶାସନ ସହିତ ଏସଡିପିଓ ବିରଞ୍ଚି ନାରାୟଣ ପତି ପହଞ୍ଚି ଧାରଣା ଦେଇଥିବା ଜନ ପ୍ରତିନିଧି ମାନକୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।


  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.