ସମ୍ଭାବ୍ୟ ବାତ୍ୟା ପାଇଁ ନିଯୁକ୍ତି ହେବେ ସ୍ଵତନ୍ତ୍ର ଅଫିସର, ଶତ ପ୍ରତିଶତ ଲୋକଙ୍କୁ ସ୍ଥାନାନ୍ତରିତ ଲକ୍ଷ୍ୟ : ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

Published By : Prameya-News7 Bureau | October 22, 2024 IST

ଭୁବନେଶ୍ବର ୨୨।୧୦: ସମ୍ଭାବ୍ୟ ବାତ୍ୟା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ସମ୍ଭାବ୍ୟ ବାତ୍ୟା ପାଇଁ ସରକାର ସ୍ଵତନ୍ତ୍ର ଅଫିସର ନିଯୁକ୍ତି କରିବେ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ଯେଉଁ ମାନେ ପୂର୍ବ ବାତ୍ୟା ଗୁଡ଼ିକ ସେହି ଜିଲ୍ଲାରେ କାର୍ଯ୍ୟ କରିଛନ୍ତି ତାଙ୍କର ତାହା ଉପରେ ଦକ୍ଷ ଅଛନ୍ତି । ତେବେ ଏହି ସମୟରେ ସେମାନଙ୍କୁ ପ୍ରଭାବିତ ଅଞ୍ଚଳରେ ସରକାର ନିଯୁକ୍ତି ଦେବେ ।

ତେବେ ସମ୍ଭାବ୍ୟ ବାତ୍ୟା ପାଇଁ ରାଜ୍ୟରେ ୨୫୦ ରିଲିଫ ସେଣ୍ଟର ପ୍ରସ୍ତୁତ ଅଛି । ୫୦୦ରୁ ଉର୍ଦ୍ଧ୍ୱ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ ପ୍ରସ୍ତୁତ ହେଉଛି । କଲେଜ ଓ ବିଦ୍ୟାଳୟ ଗୁଡିକୁ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ ଭାବେ ବ୍ୟବହାର କରାଯିବ । ଶତ ପ୍ରତିଶତ ଲୋକଙ୍କୁ ସ୍ଥାନାନ୍ତରିତକୁ ଲକ୍ଷ୍ୟ ରଖାଯାଇଛି । ଓଡ୍ରାଫ ଟିମ୍ ସବୁ ସମ୍ବେଦନଶୀଳ ସ୍ଥାନ ଗୁଡିକରେ ପହଞ୍ଚି ସାରିଲେଣି । ଏନଡିଆରଏଫ ଟିମ୍ ମଧ୍ୟ ବାହାରି ସାରିଲେଣି । ଅଧିକ ଏନ୍‌ଡିଆରଏଫ ପାଇଁ ଆମେ କେନ୍ଦ୍ରକୁ କହିଛୁ । ବାତ୍ୟା ପୂର୍ବରୁ ସ୍ଥାନାନ୍ତରିତ ଆରମ୍ଭ ହେବ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗର୍ଭବତୀ ମହିଳାଙ୍କ ତାଲିକା ମଧ୍ୟ ପ୍ରସ୍ତୁତ ସରିଛି । ୨୫ ତାରିଖ ସବୁଠୁ ଗୁରୁତ୍ବପୂର୍ଣ୍ଣ ଯୋଗାଣ ବିଭାଗ ମଧ୍ୟ ଜିଲ୍ଲା ଗୁଡିକୁ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ ପଠାଇ ସାରିଲାଣି । ବାତ୍ୟା ଆଶ୍ରୟସ୍ଥଳୀରେ ମହିଳାଙ୍କ ସୁରକ୍ଷା ପାଇଁ ରିଲିଫ ସେଣ୍ଟରରେ ମହିଳା ପୋଲିସ ଅଧିକାରୀ ଓ କର୍ମଚାରୀ ରହିବେ । ଗାଁରେ ଚୋରି ରୋକିବା ପାଇଁ ବି ପୋଲିସ ମୁତୟନ ହେବେ । ବାତ୍ୟା ସମୟରେ ହେବାକୁ ଥିବା ପରୀକ୍ଷା ଗୁଡିକୁ ଆବଶ୍ୟକ ପଡିଲେ ବାତିଲ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । 


You Can Read:

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ, ମନ୍ତ୍ରୀ କହିଲେ- ୨୫ ତାରିଖ ଗୁରୁତ୍ବପୂର୍ଣ୍ଣ ଦିନ

  • odisha
  • OdishaNews
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.