ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ, ମନ୍ତ୍ରୀ କହିଲେ- ୨୫ ତାରିଖ ଗୁରୁତ୍ବପୂର୍ଣ୍ଣ ଦିନ

Published By : Prameya-News7 Bureau | October 22, 2024 IST

ଭୁବନେଶ୍ବର ୨୨।୧୦: ମଙ୍ଗଳବାର ସକାଳେ ଅବପାତର ରୂପ ନେଇଛି ସମ୍ଭାବ୍ୟ ବାତ୍ୟା ‘ଦାନା’ । ଓଡ଼ିଶାରେ ମାଡ଼ ହୋଇପାରେ ସମ୍ଭାବ୍ୟ ସାଇକ୍ଲୋନ୍ । ବଙ୍ଗୋପସାଗରରୁ ବଳ ଗୋଟାଉଥିବା ଲଘୁଚାପ ଭୀଷଣ ବାତ୍ୟାର ରୂପ ନେଇ ଉପକୂଳ ଅତିକ୍ରମ କରିପାରେ ବୋଲି ପାଣିପାଗ ବିଭାଗ ଆକଳନ କରୁଛି । 

ତେବେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ମନ୍ତ୍ରୀ କହିଛନ୍ତି, ଜିଲ୍ଲା ପ୍ରଶାସନ ସହ ସମ୍ପର୍କରେ ଅଛୁ । ୨୫୦ ରିଲିଫ ସେଣ୍ଟର ଗ୍ରାଉଣ୍ଡ ଜିରୋରେ ତଦାରଖ ସରିଛି । ଆଶ୍ରୟସ୍ଥଳୀ ବାହାରେ ୫୦୦ରୁ ଉର୍ଦ୍ଧ୍ବ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ । ସ୍ଥାନାନ୍ତରିତ ହେବାକୁ ଥିବା ଲୋକଙ୍କ ଚିକିତ୍ସା, ରନ୍ଧା ଖାଦ୍ୟ, ଗର୍ଭବତୀ ମହିଳାଙ୍କ ତାଲିକା ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ କରିଛି । ୨୫ ତାରିଖ ମହତ୍ୱପୂର୍ଣ୍ଣ ଦିନ । ଡାକବାଜି ଯନ୍ତ୍ରରେ ସଚେତନ କରାଯାଉଛି । ପୋଲିସ ପାଟ୍ରୋଲିଂ ହେବ । ଅବପାତ ପାଇଁ ଗ୍ରାଉଣ୍ଡ ଜିରୋରେ ସମସ୍ତ ପ୍ରସ୍ତୁତି ସରିଛି । ପଲିଥିନ ଆବଶ୍ୟକ ହେଲେ ସବୁ ଜିଲ୍ଲାରେ ପଲିଥିନ ଗଚ୍ଛିତ କରାଯାଇଛି । ସବୁ ବନ୍ଦରକୁ ରେଡ୍ ଆଲର୍ଟ ଜାରି । ବାତ୍ୟାର ଦିଗ ବଦଳିଲେ ମୁକାବିଲା ପାଇଁ ସରକାର ପ୍ରସ୍ତୁତି କରିଛନ୍ତି । ୯ଟି ଜିଲ୍ଲାରେ ରେଡ୍ ଆଲର୍ଟ ଓ ବାକି ଜିଲ୍ଲା ଅରେଞ୍ଜ ୱାର୍ଣ୍ଣିଂ ରଖାଯାଇଛି । ଯେଉଁ ମାନେ ବିଗତ ବାତ୍ୟା ସମୟରେ ଜିଲ୍ଲାପାଳ, ADM ଓ ବିଡ଼ିଓ ଭାବେ କାର୍ଯ୍ୟ କରିଛନ୍ତି ତାଲିକା ପ୍ରସ୍ତୁତ କରାଯାଉଛି । ଯେଉଁ ବିଭାଗରେ ଥିବେ ସେଠୁ ଆଣି ଭିନ୍ନ ଭିନ୍ନ ଜିଲ୍ଲାକୁ ଯିବେ । ରେଡ୍ ଜୋନ୍ ଜିଲ୍ଲା ପାରାଦୀପ ଠାରୁ ପୁରୀ ଓ ପାର୍ଶ୍ଵବର୍ତ୍ତୀ ଜିଲ୍ଲାକୁ NDRF ଟିମ୍ ବାହାରି ସାରିଲେଣି । ରିଲିଫ ସେଣ୍ଟରରେ ପାୱାର ସପ୍ଲାଇ ପାଇଁ ପ୍ରସ୍ତୁତି ସରିଛି । ବାତ୍ୟା ସମୟରେ ହେବାକୁ ଥିବା ସ୍ଥାନୀୟ ପରୀକ୍ଷା ସବୁ ବାତିଲ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।


You Can Read:

ଅବପାତର ରୂପ ନେଲା ବାତ୍ୟା 'ଦାନା', ସ୍ଥଳଭାଗ ଛୁଇଁବା ବେଳେ ବଢିବ ପବନର ବେଗ

  • odisha
  • OdishaNews
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.