ଘରେ ପଶି ମାଆ ପୁଅଙ୍କୁ ହାଣିଲେ, ପୂର୍ବ ଶତ୍ରୁତାରୁ ଆକ୍ରମଣ

Published By : Prameya-News7 Bureau | October 27, 2023 IST

ବ୍ରହ୍ମପୁର: ପୂର୍ବ ଶତ୍ରୁତାରୁ ମାଆ ଓ ଦୁଇ ପୁଅକୁ ସଂଘବଦ୍ଧ ଆକ୍ରମଣ। ଆହତ ଅବସ୍ଥାରେ ତିନି ଜଣକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ଘଟିଛି ବ୍ରହ୍ମପୁର ସାଦର ଥାନା ଅନ୍ତର୍ଗତ ନାରାୟଣପୁର ଗ୍ରାମରେ।

ସୂଚନା ଅନୁଯାୟୀ, ଆହତ ହୋଇଥିବା ଯୁବକ ଦୁର୍ଦ୍ଦାନ୍ତ ଅପରାଧୀ ଦୁନିଆ ସାହୁ, ତାଙ୍କ ମାଆ ଓ ଅନ୍ୟ ଏକ ପୁଅ। ସନ୍ଧ୍ୟାରେ କିଛି ଯୁବକ ସେମାନଙ୍କୁ ସଂଘବନ୍ଧ ଭାବରେ ଆକ୍ରମଣ କରିଥିଲେ। ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଇଥିବାବେଳେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଆହୁରି ପଢ଼ନ୍ତୁ: ସୁପରଭାଇଜରଙ୍କୁ ମାଡ଼ ମାରିଲେ CDPO ! ଥାନାରେ ମାମଲା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.