ଧାନ ସଂଗ୍ରହକୁ ଉତ୍ସବ ଆକାରରେ ପାଳନ କରିବେ ରାଜ୍ୟ ସରକାର, ଚଳିତ ବର୍ଷ ୧୭ଲକ୍ଷରୁ ଅଧିକ ଚାଷୀ କରିଛନ୍ତି ପଞ୍ଜୀକରଣ : ଯୋଗାଣ ମନ୍ତ୍ରୀ

Published By : Prameya-News7 Bureau | November 14, 2024 IST

ଭୁବନେଶ୍ବର ୧୪।୧୧: ଧାନ ସଂଗ୍ରହକୁ ଉତ୍ସବ ଆକାରରେ ପାଳନ କରିବେ ରାଜ୍ୟ ସରକାର । ଏ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ କହିଛନ୍ତି, ପ୍ରତି ଜିଲ୍ଲାରେ ଚାଷୀ ସମାବେଶ କରାଯିବ । ଆସନ୍ତା ୮ ତାରିଖରେ ବରଗଡ଼ ସୋହେଲାରୁ ଚାଷୀ ସମାବେଶ ଜରିଆରେ ଏହି ଉତ୍ସବ ଆରମ୍ଭ କରାଯିବ । ପରବର୍ତ୍ତୀ ସମୟରେ ରାଜ୍ୟର ପ୍ରତି ଜିଲ୍ଲାରେ ଚାଷୀ ସମାବେଶ ଜରିଆରେ ଉତ୍ସବ ପାଳନ ହେବ । ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରୀ ଓ ଅଧିକାରୀ ଏହି ସମାବେଶରେ ଯୋଗ ଦେବେ । 

ଚଳିତ ବର୍ଷ ୧୭ ଲକ୍ଷରୁ ଅଧିକ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକୃତ କରିଛନ୍ତି । ବରଗଡ଼ ଜିଲ୍ଲାରୁ ୨୦ ତାରିଖରୁ ଧାନ କିଣା ଆରମ୍ଭ ହେବ । ୮ ଡିସେମ୍ବରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବରଗଡ଼ର ସୋହେଲାରେ ବଡ଼ ଚାଷୀ ସମାବେଶ କରାଯିବ । ୧ ଲକ୍ଷରୁ ଉର୍ଦ୍ଧ୍ବ ଚାଷୀ ଏକଜୁଟ ହେବେ । ୮ ତାରିଖରୁ ଇନପୁଟ ସବସିଡ଼ି ମିଳିବା କାର୍ଯ୍ୟକ୍ରମ ସେହି ସୋହେଲାରୁ ଆରମ୍ଭ ହେବ । ୪୮ ଘଣ୍ଟାରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ । ଚାଷୀ ମାନେ ଦ୍ଵନ୍ଦ୍ବରେ ନ ରୁହନ୍ତୁ ଆମ ସ୍ପଷ୍ଟ କରି ଦେଇଛୁ ଯେଉଁମାନେ ୨୦ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଧାନ ଦେଇଥିବେ ସେମାନେ ୮ ତାରିଖରେ ୮୦୦ ଟଙ୍କା ଲେଖାଏଁ ଇନପୁଟ ସବସିଡ଼ି ପାଇବେ । ଅଳ୍ପ ଦିନ ଚାଷୀ ମାନଙ୍କୁ ଅପେକ୍ଷା କରିବାକୁ ପଡ଼ିବ । 

କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଦର ୨୩୦୦ ଟଙ୍କା ଯେଉଁ ଆକାଉଣ୍ଟକୁ ଯିବ ସେହି ଆକାଉଣ୍ଟକୁ ୮୦୦ ଟଙ୍କା ଯିବ ନାହିଁ । ଏହି ୮୦୦ ଟଙ୍କା ପାଇଁ ଅଲଗା ଆକାଉଣ୍ଟ ହେବ ସେହି ଆକାଉଣ୍ଟକୁ ଟଙ୍କା ଯିବ । ୧୫ ତାରିଖରୁ ପର୍ଯ୍ୟାୟ କ୍ରମେ ମିଳିବାକୁ ଥିବା ଟୋକେନର ଅବଧି ଗୋଟେ ମାସ ରହିବ । ଜିଲ୍ଲାପାଳ ମାନଙ୍କୁ ପାୱାର ଦିଆଯାଇଛି ସେମାନେ ଆଉ ୭ ଦିନ ବଢ଼େଇ ପାରିବେ ।

କଟନୀ ଛଟନୀ ସମ୍ପୂର୍ଣ୍ଣ ବନ୍ଦ ହେବ । ସୀମାବର୍ତ୍ତୀ ଜିଲ୍ଲା ଗୁଡିକରେ ଚେକିଂ କଡାକଡ଼ି କରାଯିବ । ସିସିଟିଭି ଲଗାଯିବ ସହ ପାଟ୍ରୋଲିଂ କରାଯିବ । ବାହାର ଗାଡି ଯେମିତି ପ୍ରବେଶ କରିବ ନାହିଁ ସବୁ ଗାଡ଼ି ଚେକିଂ କରାଯିବ । 

ପୂର୍ବରୁ ସେହି ସୋହେଲାରେ ବିଜେଡି ସରକାର ୧୦୦ ଟଙ୍କା ବୋନସ୍ ଦେବାକୁ କହି ଦେଲେନାହିଁ । କିନ୍ତୁ ଆମ ସରକାର ୮୦୦ ଟଙ୍କା ଅଧିକ ଦେବାକୁ ଯାଉଛନ୍ତି । ଏହା ହେଉଛି ବିଜେଡି ଆଉ ବିଜେପି ସରକାର ମଧ୍ୟରେ ଫରକ । ଏହି ୮୦୦ ଟଙ୍କା ଦ୍ୱାରା ଚାଷୀ ପରିବାରର ଅର୍ଥନୀତି ବଢିବ । ଗୋଟେ ଏକର ପିଛା ହାରାହାରି ୧୦ ହଜାର ଟଙ୍କା ଅଧିକ ପାଇବେ ବୋଲି ମନ୍ତ୍ରୀ କହିଛନ୍ତି ।

You Can Read:

ଯୁବକଙ୍କୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, କଟିଗଲା ବାମ ଗୋଡ଼

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.