ଛାତ୍ର ସଂସଦ ନିର୍ବାଚନରେ ଜିତାପଟ୍ ନେଇ ଏବିଭିପି ପୁରା କନଫିଡେଣ୍ଟ, ବିଜେଡ଼ି କହିଛି- ଛାତ୍ରଙ୍କ ପାଇଁ ନବୀନଙ୍କ ପଦକ୍ଷେପ ପ୍ରତିଫଳିତ ହେବ

Published By : Prameya-News7 Bureau | December 27, 2024 IST

କଟକ ୨୭।୧୨: ଆଗକୁ କ୍ୟାମ୍ପସ ଇଲେକ୍ସନ ହେବ ବୋଲି ଗୁରୁବାର ମୁଖ୍ୟମନ୍ତ୍ରୀ ସମ୍ମତି ଦେଇସାରିଛନ୍ତି । ତେଣୁ ଏବେ କ୍ୟାମ୍ପସ ଦଖଲ ପାଇଁ ଛାତ୍ର ସଂଗଠନ ମାନେ ବଳ ଗୋଟାଇବା ଆରମ୍ଭ କରିବେ । କିନ୍ତୁ ନିର୍ବାଚନ ଋତୁ ନଥାଇ ମଧ୍ୟ ୨ ପ୍ରମୁଖ ଛାତ୍ର ସଂଗଠନ ଭିତରେ ଆରମ୍ଭ ହୋଇଯାଇଛି ବାକ୍ୟ ବିନିମୟ । ଛାତ୍ର ସଂଗଠନ ଏବିଭିପି କହୁଛି, ପୂର୍ବତନ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କଲେଜ ଇଲେକ୍ସନ ବନ୍ଦ କରିବାରେ ପ୍ରମୁଖ ଭୂମିକା ନେଇଥିଲେ । ଏବେ କିନ୍ତୁ ରାସ୍ତା ଖୋଲିଯାଇଛି ଏବଂ ଛାତ୍ର ମାନଙ୍କ ପ୍ରତି ହୋଇଥିବା ଅବିଚାରର ପ୍ରତି ଜବାବ ଆଗାମୀ ନିର୍ବାଚନରେ ଦିଆଯିବ ।

ତେବେ ଏବିଭିପିର ଟିପ୍ପଣୀ ଉପରେ ପ୍ରତିକ୍ରିୟା ରଖିଛନ୍ତି, ବିଜେଡି ଛାତ୍ର ସଂଗଠନର ରାଜ୍ୟ ସଭାପତି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ । ଦେବୀ କହିଛନ୍ତି, ନବୀନ ପଟ୍ଟନାୟକ ସରକାର ଅମଳରେ ଛାତ୍ରଛାତ୍ରୀ ମାନଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ଆର୍ଥିକ ସହାୟତା ଦିଆଯାଉଥିଲା, ଯାହାକୁ ଏବେ ରାଜ୍ୟ ସରକାର ବନ୍ଦ କରିଦେଇଛନ୍ତି । କ୍ୟାମ୍ପସ ଭିତ୍ତିଭୂମିର ବିକାଶ ପାଇଁ ସରକାର ଚେଷ୍ଟିତ ନୁହେଁ । ତେଣୁ ଛାତ୍ର ସଂସଦ ନିର୍ବାଚନ ହେଲେ ରାଜ୍ୟରେ ଏକ ବିରାଟ ପରିବର୍ତ୍ତନ ଦେଖିବାକୁ ମିଳିବ । ଯାହା ହୁଏତ ରାଜ୍ୟ ରାଜନୀତିର ଦୃଶ୍ୟପଟକୁ ମଧ୍ୟ ପ୍ରଭାବିତ କରିବ ବୋଲି ବିଧାୟକ ଦେବୀ ରଞ୍ଜନ କହିଛନ୍ତି ।

ଅବଶ୍ୟ ରାଜ୍ୟ ଭିତରେ, କଂଗ୍ରେସ ଏବଂ ବାମପନ୍ଥୀ ବିଚାରକୁ ନେଇ ଏକାଧିକ ଛାତ୍ର ସଂଗଠନ ସକ୍ରିୟ ଅଛନ୍ତି । କିନ୍ତୁ ଦୀର୍ଘ ବର୍ଷ ହେବ କ୍ୟାମ୍ପସ ଇଲେକ୍ସନ ହେଉନଥିବା କାରଣରୁ, କାହାର ସାଙ୍ଗଠନିକ ଦକ୍ଷତା କେତେ ଅଛି ତାହା ସ୍ପଷ୍ଟ ହୋଇପାରିନାହିଁ ।

You Can Read:

କ୍ଷତିଗ୍ରସ୍ତ ଚାଷୀଙ୍କୁ ୩ଦିନ ଭିତରେ ନାମ ପଞ୍ଜିକରଣ କରିବାକୁ କହୁଛି ପ୍ରଶାସନ, ସେପଟେ ତୁରନ୍ତ କ୍ଷତିପୂରଣ ନଦେଲେ ରାସ୍ତାକୁ ଓହ୍ଲାଇବ ବିଜେଡ଼ି

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.