କେନ୍ଦୁଝର ୨୩।୩: ରାଜନୀତିରୁ ସନ୍ନ୍ୟାସ ନେବେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ । ଏକ ସଭାମଞ୍ଚରେ କଥା ଛଳରେ ନିରଞ୍ଜନ ଏଭଳି ଇସାରା ଦେଇଛନ୍ତି । ନିରଞ୍ଜନ କହିଛନ୍ତି, ମୁଁ ଭାବୁଛି ସକ୍ରିୟ ରାଜନୀତିରୁ ବିଦାୟର ସମୟ ଆସିଗଲାଣି । ବାପ-ପୁଅ ଏକାଠି ଗୋଟିଏ ମଞ୍ଚରେ ବସିବାକୁ ଆମ ପରମ୍ପରା ଠିକ୍ ଭାବେ ଗ୍ରହଣ କରେନାହିଁ । ରବିବାର କେନ୍ଦୁଝରରେ ଆୟୋଜିତ କଂଗ୍ରେସର ଏକ କର୍ମୀ ସମାବେଶରେ ଗୋଟିଏ ମଞ୍ଚରେ ବସିଥିଲେ ନିରଞ୍ଜନ ପଟ୍ଟନାୟକ ଏବଂ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ । ଏପଟେ ନିରଞ୍ଜନ ପଟ୍ଟନାୟକ କହିଲେ ବୟସ ହୋଇଗଲାଣି, ପୁଅକୁ ଛାଡ଼ିବି ରାସ୍ତା । କିନ୍ତୁ ସେପଟେ ଜୟଦେବ ଜେନା କହିଲେ, ଆମେ ଆମ ଘରର ମୁଖିଆ ନିରଞ୍ଜନଙ୍କୁ ଛାଡ଼ିବୁ ନାହିଁ । ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟାରେ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ କହିଲେ, ବାପା ଆମ ଆଦର୍ଶ, ତାଙ୍କ ପରି ପରିଶ୍ରମ ଆମେ କରିପାରିବୁ ନାହିଁ, ରାଜନୀତି ଆମେ ତାଙ୍କ ପରାମର୍ଶରେ କାମ କରି ଚାଲିଛୁ ।
You Can Read:
ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ମୁତୟନ ରହିବେ ୧୨ପ୍ଲାଟୁନ ପୋଲିସ ଫୋର୍ସ