ଭୁବନେଶ୍ୱର ୨୫।୦୩ : ବିଧାନସଭାରେ ଜାରି ରହିଛି ଅଚଳାବସ୍ଥା । ଶାସକ ଓ ବିରୋଧୀ ନିଜ ନିଜ ଜିଦ୍ରେ ଅଟଳ ରହିଥିବାରୁ ସ୍ୱାଭାବିକ ଭାବେ ଚାଲିପାରୁନି ଗୃହ । ଯାହାକୁ ନେଇ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି ।
ମଙ୍ଗଳବାର ଗୃହରେ ପଞ୍ଚାୟତରାଜ, ପାନୀୟ ଜଳ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ ପରିବେଶ ଓ ଜୟବାୟୁ ପରିବର୍ତ୍ତନ, ଗ୍ରାମ୍ୟ ଉନ୍ନୟନ , ସରକାରୀ ଉଦ୍ୟୋଗ, ଶ୍ରମ ଓ କର୍ମଚାରୀ ରାଜ୍ୟ ବିମା ବିଭାଗର ପ୍ରଶ୍ନକାଳ ରହିଛି । ଶୁନ୍ୟକାଳରେ ମହିଳା ନିର୍ଯାତନା, ମହାନଦୀ ପରି ଅନେକ ଆଦି ପ୍ରସଙ୍ଗ ଉଠାଇ ଶାସକ ଦଳକୁ ଘେରିବେ ବିରୋଧୀ ପୁରା ତୟାର ରହିଛି। ଏହାବ୍ୟତୀତ ବିରୋଧୀଙ୍କ ପକ୍ଷରୁ ମୁଲତବି ପ୍ରସ୍ତାବ ଦିଆଯିବ।
ସେହିପରି କୃଷି ଓ କୃଷକ ସଶକ୍ତିକରଣ ଓ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ରହିଛିl ଦୁଇ ବିରୋଧୀ ବିଜେଡ଼ି ଓ କଂଗ୍ରେସ ଭିନ୍ନ ଭିନ୍ନ ପ୍ରସଙ୍ଗ ଉଠାଇ ସରକାରକୁ ଘେରିବାକୁ ପ୍ରସ୍ତୁତ ଥିବାରୁ ଗୃହକାର୍ଯ୍ୟ ସ୍ବଭାବିକ ଚାଲିବ କି ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l
DC vs LSG: ଦମ୍ଦାର ପ୍ରଦର୍ଶନ କରି ଫ୍ୟାନ୍ଙ୍କୁ ଦିୱାନା କଲା ଦିଲ୍ଲୀ: ଗୋଟିଏ ୱିକେଟ୍ରେ ଲକ୍ଷ୍ନୌକୁ ହରାଇଲା