କ୍ୟାପଟେନ୍‌ଙ୍କ ଖୋଲା ଚ୍ୟାଲେଞ୍ଜ; ‘ମମିତା ମେହର କେସ୍ ଖୋଲି ଆକ୍ସନ ନିଅ’

Published By : Prameya-News7 Bureau | March 27, 2025 IST

ଭୁବନେଶ୍ବର: ଗୁରୁବାର ବିଧାନସଭାରେ ଖର୍ଚ୍ଚ ଦାବି ପ୍ରସଂଗରେ ଆଲୋଚନା ହୋଇଛି । ଖାଦ୍ୟ ଯୋଗାଣ ବିଭାଗର ଖର୍ଚ୍ଚ ଦାବି ଚର୍ଚ୍ଚା ବେଳେ ଶାସକ ଦଳକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଜୁନାଗଡ଼ ବିଧାୟକ କ୍ୟାପଟେନ୍ ଦିବ୍ୟାଶଙ୍କର ମିଶ୍ର । ସେ କହିଛନ୍ତି, ସରକାରଙ୍କ ସାହସ ଅଛି ତ, ମମିତା ମେହର, ଗୋବିନ୍ଦ ସାହୁ କେସ୍ ରି-ଓପନ କରି ଆକ୍ସନ ନିଅନ୍ତୁ ।   

ନିର୍ବାଚନ ବେଳେ ମମିତା ମେହେର କଥା ଉଠାଇ ସରକାରକୁ ଆସିଛନ୍ତି । ଏବେ ଶାସନ କ୍ଷମତାରେ ଅଛନ୍ତି, ତେଣୁ ସାହସ ଅଛି ଯଦି କେସ୍ ପୁଣି ଥରେ ଖୋଲି ମୋ ବିରୁଦ୍ଧ ଆକ୍ସନ ନିଅନ୍ତୁ । ବିଧାନସଭାରେ ଖାଦ୍ୟ ଯୋଗାଣ ବିଭାଗ ଖର୍ଚ୍ଚ ଦାବି ଆଲୋଚନା ଚାଲିଥିବା ବେଳେ ମୃତ ଗୋବିନ୍ଦ ସାହୁ ପ୍ରଂସଗ ଉଠାଇ କଟାକ୍ଷ କରିଥିଲେ ବିଜେପି ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ। ଏହାର ଜବାବ ଦେଇଥିଲେ ବିଜେଡି ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.