ବର୍ଷକରେ କାର୍ଯ୍ୟକ୍ଷମ ହେବ ଢେଙ୍କାନାଳରେ ମେଡ଼ିକାଲ କଲେଜ, ଅଧିଗ୍ରହଣ ହେବ ଚିହ୍ନଟ ଜାଗା

Published By : Prameya-News7 Bureau | March 30, 2025 IST

ଢେଙ୍କାନାଳ ୩୦ଖୁବ୍‌ଶୀଘ୍ର ଢେଙ୍କାନାଳରେ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ମେଡ଼ିକାଲ କଲେଜ । ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏନେଇ ଘୋଷଣା ପରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା  ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଢେଙ୍କାନାଳରେ ସୂଚନା ଦେଇଛନ୍ତି । ଗତ ନିର୍ବାଚନର ପ୍ରତିଶ୍ରୁତି ମୁତାବକ ଆମ ସରକାର ପ୍ରତିଶ୍ରୁତି ରକ୍ଷା କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଢେଙ୍କାନାଳବାସୀଙ୍କ ପକ୍ଷରୁ କୃତଜ୍ଞତା ଜଣାଇଛନ୍ତି । 

ଆସନ୍ତା ବର୍ଷେ ମଧ୍ୟରେ ଏହି ମେଡ଼ିକାଲ କଲେଜ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ କାର୍ଯ୍ୟକ୍ଷମ ହେବ । ଆସନ୍ତା ବର୍ଷରୁ ମେଡ଼ିକାଲ ଶିକ୍ଷାଦାନ ଆରମ୍ଭ ହେବ ।  ତେବେ ମେଡ଼ିକାଲ କଲେଜ ପାଇଁ ଆବଶ୍ୟକ ଭିତ୍ତିଭୂମି ପାଇଁ ସରକାର ଅର୍ଥ ବ୍ୟବସ୍ଥା କରିଛନ୍ତି । ଏଥିପାଇଁ ଆବଶ୍ୟକ ଜାଗା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ପାର୍ଶ୍ବକୁ ଲାଗି ୨୦ଏକର ପରିମିତ ଜାଗା ଚିହ୍ନଟ କରାଯାଇଛି । ଏହି ୨୦ ଏକର ଜାଗା ଖୁବ୍‌ଶୀଘ୍ର ଅଧିଗ୍ରହଣ କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।

You Can Read:

ଅନ୍ତ୍ୟୋଦୟ ଗୃହ ଯୋଜନାକୁ ବିଜେଡି ଓ କଂଗ୍ରେସର ସମାଲୋଚନା ; 'ଭୂମିହୀନ ଘର ପାଇବେ ନା, ଯୋଜନା କେବଳ ଯୋଜନାରେ ରହିବ'

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.