SCBରେ ଭିତ୍ତିଭୂମି ଓ ସମ୍ପ୍ରସାରଣ କାମ ତଦାରଖ କଲେ ମୁଖ୍ୟ ଶାସନ ସଚିବ

Published By : Prameya-News7 Bureau | March 30, 2025 IST

କଟକ ୩୦କଟକ ବଡ ମେଡିକାଲରେ ଭିତ୍ତିଭୂମି ଓ ମେଡିକାଲର ସମ୍ପ୍ରସାରଣ କାମ ତଦାରଖ କରିଛନ୍ତି ମୁଖ୍ୟ ଶାସନ ସଚିବ । ମୁଖ୍ୟ ଶାସନ ସଚିବଙ୍କ ସହ ସ୍ବାସ୍ଥ୍ୟ ସଚିବ ଓ କେନ୍ଦ୍ରାଞ୍ଚଳ ଆରଡିସି ଏହି ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ । କଟକ ବଡ ମେଡିକାଲରେ ସର୍ବନିମ୍ନ ଆବଶ୍ୟକ ଭିତ୍ତିଭୂମିର ଅଭାବ ଥିବା ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଥିଲା । ଏହାସହ ଗଣମାଧ୍ୟମରେ ଏସସିବିରେ ଭେଣ୍ଟିଲେଟର ଅଚଳ ନେଇ ଖବର ପ୍ରକାଶ ପାଇଥିଲା । ଏସସିବିରେ ୨୦୨ ଭେଣ୍ଟିଲେଟରରୁ ୮୯ଟି ଖରାପ ରହିଛି । ଏହାସହ ସେଣ୍ଟ୍ରାଲ ଏୟାର କମ୍ପ୍ରେସର ସିଷ୍ଟମ ମଧ୍ୟ ଅଚଳ ରହିଛି, ଯାହା ଫଳରେ ଭେଣ୍ଟିଲେଟର ଗୁଡିକ ଅଚଳ ହେଉଥିବା ଖବର ପ୍ରକାଶ ପାଇଥିଲା । ଏସବୁର ତଦାରଖ ପାଇଁ ଆଜି ମୁଖ୍ୟ ଶାସନ ସଚିବ ଓ ସ୍ବାସ୍ଥ୍ୟ ସଚିବ ଏସସିବି ମେଡିକାଲ ପହଞ୍ଚି ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ।


You Can Read:

ଗେମ୍ ଖେଳି ହାରିଗଲେ ଲକ୍ଷ ଲକ୍ଷ ଟଙ୍କା, ଧାର ସୁଝିବାକୁ ବିକିଲେ ମା’ର ଗହଣା : ପୁଅକୁ ବାନ୍ଧିଲା ପୋଲିସ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.