ଗେମ୍ ଖେଳି ହାରିଗଲେ ଲକ୍ଷ ଲକ୍ଷ ଟଙ୍କା, ଧାର ସୁଝିବାକୁ ବିକିଲେ ମା’ର ଗହଣା : ପୁଅକୁ ବାନ୍ଧିଲା ପୋଲିସ

Published By : Prameya-News7 Bureau | March 30, 2025 IST

ଆନନ୍ଦପୁର ୩୦ଅନଲାଇନ୍ ଗେମ୍ ଖେଳି ଲକ୍ଷ ଲକ୍ଷ ଟଙ୍କା ହାରିଲା ପୁଅ । ଲୋକଙ୍କ ଠାରୁ ଧାରରେ ଆଣିଥିବା ଟଙ୍କା ସୁଝିପାରିଲାନି । ଶେଷରେ ମା’ର ସୁନାଗହଣା ବିକିଲା । ପୁଅକୁ ବଞ୍ଚାଇବାକୁ ମା’ ରଚିଲା ନାଟକ । ସ୍ବାମୀଙ୍କ ଆଗରେ କହିଲେ ବନ୍ଧୁକ ମୁନରେ ଡକାୟତିର ମନଗଢା କାହାଣୀ । କଥା ଗଲା ଥାନାକୁ । ରୁଜୁ ହେଲା ଡକାୟତି ମାମଲା । ହେଲେ ପେଲିସ ଖୋଲିଦେଲା କାହାଣୀ ପଛର ଅସଲ ଗୁମର । 

ସୂଚନାଯୋଗ୍ୟ ଯେ, ଚଳିତ ମାସ ୨୫ତାରିଖରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଫକୀରପୁର ଗାଁରେ ଘଟିଥିଲା ଏଭଳି ମିଛ ଡକାୟତି ଘଟଣା । ଆନନ୍ଦପୁର ଏସଡିପିଓ ପ୍ରଶାନ୍ତ ବେହେରା କହିଛନ୍ତି, ଗତ ୨୫ ତାରିଖ ଦିନ ପ୍ରାୟ ୨ଟା ସମୟରେ ୪ ଜଣ ଦୁର୍ବୃତ୍ତ ଘରେ ପଶି ବନ୍ଧୁକ ଦେଖାଇ ଆଲମିରାରୁ ପାଖାପାଖି ୫ ଭରି ଓଜନର ସୁନା ଅଳଙ୍କାର ଲୁଟିନେଇଥିବା ଆନନ୍ଦପୁର ଥାନାରେ ଆଭିଯୋଗ କରିଥିଲେ ଫକୀରପୁର ଗାଁର ଦମ୍ପତ୍ତି ପ୍ରଫୁଲ୍ଲ ନାଥ ଓ ପୁଷ୍ପାବତୀ ନାଥ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପୁଅ ସୁନାଗହଣା ବିକିଥିବା ଲୋକ ନିକଟରେ ପହଞ୍ଚି ସୁନା ଅଳଙ୍କାର ଜବତ କରିବା ପରେ ଅସଲ କଥା ପଦାକୁ ଆସିଥିଲା । ଶେଷରେ ଅଭିଯୁକ୍ତ ପୁଅକୁ ପୋଲିସ ଗିରଫ କରିଛି ।


You Can Read:

ବର୍ଷକରେ କାର୍ଯ୍ୟକ୍ଷମ ହେବ ଢେଙ୍କାନାଳରେ ମେଡ଼ିକାଲ କଲେଜ, ଅଧିଗ୍ରହଣ ହେବ ଚିହ୍ନଟ ଜାଗା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.