କଟକ ୩୦।୩: ମଙ୍ଗୁଳି ଚୌଦ୍ବାର ଷ୍ଟେସନ ନିକଟରେ କାମାକ୍ଷା ଏକ୍ସପ୍ରେସ୍ ଲାଇନଚ୍ୟୁତ ହେବା ମନୁଷ୍ୟକୃତ ଥିଲା କି ? ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନବାଚୀ । କାରଣ କିଛି ଯାତ୍ରୀଙ୍କ ପ୍ରତିକ୍ରିୟା ଓ ପାରିପାର୍ଶ୍ବିକ ସ୍ଥିତି ଏଭଳି ପ୍ରଶ୍ନ ସୃଷ୍ଟି କରିଛି ।
କାମାକ୍ଷା ଏକ୍ସପ୍ରେସରେ ଯାତ୍ରା କରୁଥିବା କିଛି ଯାତ୍ରୀଙ୍କ କହିବା ଅନୁସାରେ ମଙ୍ଗୁଳି ଚୌଦ୍ବାର ପାସେଞ୍ଜର ହଲ୍ଟ ନିକଟରେ ଯେଉଁ ସ୍ଥାନରେ ଏକ୍ସପ୍ରେସ୍ ଲାଇନଚ୍ୟୁତ ହେଲା ସେଠାରେ ଟ୍ରାକ୍ ସଜାଡିବା କାମ ଚାଲିଥିଲା । ହଠାତ୍ କାମାକ୍ଷା ଏକ୍ସପ୍ରେସ ସେହି ଟ୍ରାକରେ ଚାଲିଆସିଵାରୁ କାର୍ଯ୍ୟରତ ଶ୍ରମିକ ଓ କର୍ମଚାରୀମାନେ ଟ୍ରାକ ଛାଡି ଦଉଡି ପଳାଇଥିଲେ । ଟ୍ରାକ ନିକଟରେ ଶ୍ରମିକ ମାନଙ୍କର କୋଡି, ବେଲଚା ଓ ଶାବଳ ପଡି ରହିଥିବା ପ୍ରତ୍ୟେକ୍ଷଦର୍ଶୀ ବୟାନ ଦେଇଛନ୍ତି ।
ସେପଟେ ଦୁର୍ଘଟଣାସ୍ଥଳରେ ରେଳବିଭାଗର ଉଚ୍ଚ କର୍ତ୍ତୃପକ୍ଷ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି । ଦୁର୍ଘଟଣାର କାରଣ ସମ୍ପର୍କରେ ଖୋର୍ଦ୍ଧା ରୋଡ ଡିଆରଏମ୍ କହିଛନ୍ତି ସଠିକ୍ କାରଣ ଜାଣିବା ପାଇଁ ଅନୁସନ୍ଧାନ ଆରମ୍ଭ ହୋଇଛି । ତଦନ୍ତ ପରେ ହିଁ ସବୁକିଛି ସାମ୍ନାକୁ ଆସିବ ।
କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ ହେବାର କାରଣ ଜାଣିବା ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି । ସେହି ଟିମ୍ ଦୁର୍ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ ଆରମ୍ଭ କରିଛନ୍ତି ।
You Can Read:
ବର୍ଷକରେ କାର୍ଯ୍ୟକ୍ଷମ ହେବ ଢେଙ୍କାନାଳରେ ମେଡ଼ିକାଲ କଲେଜ, ଅଧିଗ୍ରହଣ ହେବ ଚିହ୍ନଟ ଜାଗା