ଭୁବନେଶ୍ୱର ୨୫।୦୩ : ବିପଦରେ ଜଙ୍ଗଲ । ଓଡ଼ିଶାରେ ପ୍ରତିବର୍ଷ ବଢିଚାଲିଛି ଜଙ୍ଗଲ ନିଆଁ । ଗତ ତିନି ମାସରେ ଜଳିଲାଣି ୩ ହଜାର ହେକ୍ଟର ଜଙ୍ଗଲ । ବିଧାନସଭାରେ ଏପରି କିଛି ସାଂଘାତିକ ତଥ୍ୟ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ।
ବିଧାନସଭାରେ ବିଜେଡ଼ି ବିଧାୟକ ରମେଶ ବେହେରା ଜଙ୍ଗଲ ପ୍ରସଙ୍ଗରେ ଲିଖିତ ପ୍ରଶ୍ନ ପଚାରିଥିଲେ । ଯାହାର ଲିଖିତ ଭାବେ ଉତ୍ତର ରଖି ଜଙ୍ଗଲର ଓ ପରିବେଶ ମନ୍ତ୍ରୀ ରାମ ସିଂ ଖୁଣ୍ଟିଆ ଜଣାଇଛନ୍ତି ଯେ, ଓଡ଼ିଶାରେ ପ୍ରତି ବର୍ଷ ବଢିଚାଲିଛି ଜଙ୍ଗଲ ନିଆଁ । ୨୦୨୧ରେ ୨୮ ହଜାର ୫୬୯ ହେକ୍ଟର ଜଙ୍ଗଲ ପୋଡ଼ି ପାଉଁଶ ହୋଇଥିବା ବେଳେ ୨୦୨୨ରେ ୮ ହଜାର ୪୩୮ ହେକ୍ଟର ଜଙ୍ଗଲ ପୋଡ଼ି ନଷ୍ଟ ହୋଇଛି । ସେହିପରି ୨୦୨୩ରେ ଏହି ସଂଖ୍ୟା ବଢି ୯ ହଜାର ୭୧୧ ହେକ୍ଟର ଜଙ୍ଗଲ ଜଳିଛି । ତେବେ ଗତ ଚାରି ବର୍ଷ ମଧ୍ୟରେ ସର୍ବମୋଟ ୫୩ ହଜାର ୮୨୦ ହେକ୍ଟର ଜଙ୍ଗଲ ଜଳି ପୋଡ଼ି ନଷ୍ଟ ହୋଇଯାଇଛି । ନିଆଁ ଦାଉରୁ କିପରି ଜଙ୍ଗଲକୁ ରଖାକରାଯିବ । ସେନେଇ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯିବ ।