ହାଇୱା ଧକ୍କାରେ ମାଟିରେ ମିଶିଗଲା ବୋଲେରୋ ! ଭୟଙ୍କର ଦୁର୍ଘଟଣାରେ ଦୁଇ ୨ ଜଣଙ୍କ ମୃତ୍ୟୁ, ତିନି ଗୁରୁତର

Published By : Prameya-News7 Bureau | March 26, 2025 IST

ବିନିକା: ଭୟଙ୍କର, ଅତି ଭୟଙ୍କର ଦୃଶ୍ୟ । ଦୁର୍ଘଟଣା ଏଭଳି ଯେ ଦେଖିଲା ମାତ୍ରେ ମନ ବିଚଳିତ ହୋଇଯିବ । ଦୁର୍ଘଟଣାଗ୍ରସ୍ତ ବୋଲେରୋ ପୂରା ମାଟିରେ ମିଶିଯାଇଛି । ବୋଲେରୋକୁ ପଟିଥିବା ହାଇୱା ବି ରାସ୍ତାରେ ଓଲଟି ପଡ଼ିଛି । ସମ୍ବଲପୁର -ସୁବର୍ଣ୍ଣପୁର ରାସ୍ତାର ଉଲୁଣ୍ଡା ଥାନା ମାଟୁପାଲି ଛକରେ ଘଟିଛି ଏଭଳି ଦୁର୍ଘଟଣା । ଯେଉଁଥିରେ ଦୁଇ ମୃତଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକମାନେ ବିଦ୍ୟୁତ୍ କର୍ମଚାରୀ ହୋଇଥିବା ସୂଚନା ମିଳିଛି । 

ବିଦ୍ୟୁତ ବିଭାଗର କର୍ମଚାରୀମାନେ ଫେରୁଥିବା ସମୟରେ ସାମ୍ନାପଟରୁ ଆସୁଥିବା ଏକ ହାଇୱା ବୋଲେରୋକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ବୋଲେରୋରେ ଚାପି ହୋଇ ବିଦ୍ୟୁତ୍ ବିଭାଗର ଦୁଇ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି  l ଅନ୍ୟ ତିନିଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ଉଲୁଣ୍ଡା ପୋଲିସ ପହଞ୍ଚି ମୃତ ଦେହ ଏବଂ ଦୁଇ ଗାଡିକୁ ଜବତ କରି ଅଧିକ ତଦନ୍ତ ଚଳାଇଛି  l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.