ନୂଆଦିଲ୍ଲୀ ୨୭।୧୨: କାର୍ ଭିତରେ ଅଡି, ମର୍ସିଡିଜ୍ କିମ୍ବା ଫରାରୀ ଗାଡି ଦାମୀ ହୋଇଥାଏ । ଯଦି ଏହା କୌଣସି ଲୋକଙ୍କ ଘରେ ରହିଥାଏ ତେବେ ସେମାନେ ଖୁବ୍ ଧନୀ ବୋଲି କୁହାଯାଏ । କିନ୍ତୁ କେବେ ଚିନ୍ତା କରିଛନ୍ତି ଗୋଟିଏ ମଇଁଷିର ଦାମ୍ କୋଟିକୋଟି । ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା କିନ୍ତୁ ଏହା ସତ । ଏହି ମଇଁଷର ଦାମ୍ ଏତେ ଅଧିକ ଯେ ଏହାର ଦାମ୍ରେ ଦାମୀ ବଙ୍ଗଳା ଅଡି, ମର୍ସିଡିଜ୍ ପରି ଦାମୀ ଗାଡି କିଣିପାରିବେ । ଆସନ୍ତୁ ଜାଣିବା ଏହି ମଇଁଷିଙ୍କ ବିଷୟରେ । ଏମାନଙ୍କ ଦାମ୍ କେତେ ?
{"id":888419,"sizeSlug":"full","linkDestination":"none"}ଏହି ମଇଁଷିର ନାଁ ହେଉଛି ଶହେନ୍ସା । ଏହା କେବଳ ଭାରତର ନୁହେଁ ବରଂ ସାରା ବିଶ୍ବର ସବୁଠାରୁ ମହଙ୍ଗା ମଇଁଷି । ଏହାର ଲମ୍ବ ୧୫ ଫୁଟ ହୋଇଥିବା ବେଳେ ଏହାର ଉଚ୍ଚତା ୬ ଫୁଟରୁ ଅଧିକ । ଖାସ୍ କରି ଏହାର ଦାମ୍ ଶୁଣିଲେ ଆପଣଙ୍କ ମୁଣ୍ଡ ବୁଲେଇଯିବ । ଏହାର ଦାମ୍ରେ ଲଗଜୁରୀ ଗାଡି ସହ ବଙ୍ଗଳା ମଧ୍ୟ କିଣିପାରିବେ । ମଇଁଷି ଶହେନ୍ସାର ଦାମ୍ ୨୫ କୋଟି ଟଙ୍କା ।
{"id":888420,"sizeSlug":"full","linkDestination":"none"}ସେହିପରି ଦାମୀ ଲିଷ୍ଟରେ ଆଉ ଏକ ମଇଁଷି ରହିଛି । ଏହାର ନାଁ ହେଉଛି ଭୀମ । ଏହି ମଇଁଷିର ଦାମ୍ ୨୪ କୋଟି ଟଙ୍କା । ଏହାର ଓଜନ ହେଉଛି ୧୫୦୦ କିଲୋ । ଖାସ୍ କଥା ହେଉଛି ଭୀମର ରକ୍ଷଣାବେକ୍ଷଣ ପାଇଁ ପ୍ରତିବର୍ଷ ୧ କୋଟି ଟଙ୍କା ଖର୍ଚ୍ଚ ହୁଏ । ଭୀମର ଲମ୍ବ ୧୪ ଫୁଟ ଏବଂ ଉଚ୍ଚତା ୬ ଫୁଟ । ଭୀମ ପ୍ରତିଦିନ ଏକ କିଲୋ ଘିଅ, ଅଧକେଜି ଲହୁଣି, ୨୦୦ ଗ୍ରାମ ମହୁ, ୨୫ ଲିଟର କ୍ଷୀର ଏବଂ ୧କେଜି କାଜୁ ବାଦାମ ଖାଇଥାଏ । ଏହି ମଇଁଷି ଦିନକୁ ୨୦ରୁ ୩୦ଲିଟର କ୍ଷୀର ଦେଇଥାଏ ।
{"id":888421,"width":840,"height":498,"sizeSlug":"full","linkDestination":"none"}ତୃତୀୟ ନମ୍ବରରେ ଅଛି ସୁଲତାନ ମଇଁଷି । ଏହାର ଓଜନ ୫୦୦ କିଲୋଗ୍ରାମ । ଏହାର ଦାମ୍ ହେଉଛି ୨୧ କୋଟି । ତେବେ ଦାମୀ ମଇଁଷିର ଲିଷ୍ଟର ଚତୁର୍ଥ ସ୍ଥାନରେ ରହିଛି ଗୋଲୁ ମଇଁଷି । ଏହାର ଲମ୍ବ ୧୪ ଫୁଟ ଏବଂ ଉଚ୍ଚତା ୬ ଫୁଟ । ଗୋଲୁର ଦାମ୍ ହେଉଛି ୧୦ କୋଟି ଟଙ୍କା । ଏହାର ଓଜନ ମଧ୍ୟ ପ୍ରାୟ ୧୫୦୦ କିଲୋଗ୍ରାମ ।
{"id":888422,"width":841,"height":631,"sizeSlug":"full","linkDestination":"none"}ତେବେ ଏହି ତାଲିକାରେ ଯୁବରାଜ ମଧ୍ୟ ରହିଛି । ଯୁବରାଜ ମଇଁଷି କିଛି ଦିନ ପୂର୍ବରୁ ଖୁବ୍ ଚର୍ଚ୍ଚାରେ ରହିଥିଲା । ଏହି ମଇଁଷିର ଲମ୍ବ ୯ ଫୁଟ ହୋଇଥିବା ବେଳେ ଏହାର ଉଚ୍ଚତା ୬ ଫୁଟ । ୧୫୦୦କିଲୋର ଯୁବରାଜର ଦାମ୍ ୯କୋଟି ଟଙ୍କା । ଯୁବରାଜର ସ୍ପର୍ମରୁ ଗତ ୪ ବର୍ଷ ମଧ୍ୟରେ ମୋଟ ଦେଢ ଲକ୍ଷ ପିଲା ଜନ୍ମ ହୋଇଛନ୍ତି ।
You Can Read:
wp:embed {"url":"https://www.prameyanews7.com/ancient-man-cut-his-finger-to-please-god/","type":"wp-embed","providerNameSlug":"prameya-news-7"} /wp:embed