ଦିନକୁ ୪୮ କୋଟି...ବାର୍ଷିକ ୧୭୫୦୦ କୋଟି ଟଙ୍କା, ଦୁନିଆରେ ସବୁଠୁ ଅଧିକ ଦରମା ପାଆନ୍ତି ଏହି ଭାରତୀୟ !

Published By : Prameya-News7 Bureau | January 04, 2025 IST

ନୂଆଦିଲ୍ଲୀ: ଦେଶ ଏବଂ ଦୁନିଆର ଉଦ୍ୟୋଗ ଜଗତରେ ଭାରତୀୟଙ୍କ ଦବଦବା ବଢିବାରେ ଲାଗିଛି । କମ୍ପାନିଗୁଡ଼ିକର ମ୍ୟାନେଜମେଣ୍ଟରେ ବି ଭାରତୀୟଙ୍କ ଦବଦବା ବଢିଛି । ଏହାସହ ସବୁଠୁ ଅଧିକ ଦରମା ପାଉଥିବା ଭାରତୀୟଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏହାରି ଭିତରେ ଜଣେ ଭାରତୀୟଙ୍କ ନାଁ ସାମନାକୁ ଆସିଛି, ଯିଏ ଦୁନିଆରେ ସବୁଠୁ ଅଧିକ ଦରମା ପାଉଛନ୍ତି । ଜଗଦୀପ ସିଂହ ଦୁନିଆର ସବୁଠୁ ଅଧିକ ଦରମା ପାଉଥିବା କର୍ମଚାରୀ ଅଟନ୍ତି । ତାଙ୍କ ବାର୍ଷିକ ଆୟ ୧୭,୫୦୦ କୋଟି ଟଙ୍କା (ପ୍ରାୟ ୨.୧ ବିଲିୟନ ଡଲାର) ।

ଜଗଦୀପ ସିଂହ ଟେକ୍ନୋଲଜି ଏବଂ କ୍ଲିନ୍ ଏନର୍ଜି ସେକ୍ଟରରେ କାମ କରୁଥିବା କମ୍ପାନି କ୍ୱାଣ୍ଟମସ୍କେପର ସିଇଓ ରହିସାରିଛନ୍ତି । ତାଙ୍କ ନେତୃତ୍ୱ ଭାରତୀୟ ଉଦ୍ୟମୀଙ୍କ ବଢୁଥିବା ପ୍ରଭୃତ୍ୱର ପ୍ରତୀକ ଅଟେ । ଯଦି ଜଗଦୀପଙ୍କ ପ୍ରତିଦିନ ଆୟ କଥା କଥା କହିବା ତେବେ ଏହା ହାରାହାରି ୪୮ କୋଟି ଟଙ୍କା । ଏହା ତାଙ୍କ କମ୍ପାନିର ଆର୍ଥିକ ପ୍ରଦର୍ଶନକୁ ବି ଦର୍ଶାଉଛି ।

ମନିକଣ୍ଟ୍ରୋଲର ରିପୋର୍ଟ ଅନୁସାରେ ଜଗଦୀପ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରୁ ବି.ଟେକ୍ ଏବଂ ୟୁନିଭର୍ସିଟି ଅଫ୍ କାଲିଫର୍ଣ୍ଣିଆରୁ ଏମବିଏ ଡିଗ୍ରି ହାସଲ କହିଛନ୍ତି । ତାଙ୍କ ପାଖରେ ବିଭିନ୍ନ କମ୍ପାନିରେ କାମ କରିବା ଏକ ଦଶନ୍ଧିରୁ ଅଧିକ ଅଭିଜ୍ଞତା ରହିଛି । ରିପୋର୍ଟରେ କୁହାଯାଇଛି ଯେ ତାଙ୍କ ନେତୃତ୍ୱରେ କମ୍ପାନି ଇଲେକ୍ଟ୍ରିକ୍ ବାହାନ ପାଇଁ ଉର୍ଜା ଭଣ୍ଡାର ସମାଧାନରେ ମାର୍କେଟ୍ ଲିଡର ଅଛି । ପାରମ୍ପାରିକ ଲିଥିୟମ-ଆୟନ ବ୍ୟାଟେରି ତୁଳନାରେ କଠିନ ଅବସ୍ଥାରେ ରହିଥୁବା ବ୍ୟାଟେରି ବିକଶିତ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି । ଏହି ବ୍ୟାଟେରି କମ ସମୟରେ ଚାର୍ଜ ହେବା ସହ ଅଧିକ ସୁରକ୍ଷା ପ୍ରଦାନ କରେ ବୋଲି କମ୍ପାନି ଦାବି କରେ ।   

ବର୍ତ୍ତମାନ ଜଗଦୀପ ସିଂହ କ୍ୱାଟମସ୍କେପର ସିଇଓ ପଦରୁ ଇସ୍ତଫା ଦେଇସାରିଛନ୍ତି । ତେବେ କମ୍ପାନିର ନିର୍ଦ୍ଦେଶକ ମଣ୍ଡଳୀର ସଦସ୍ୟ ହୋଇ ରହିବେ । ସିଇଓ ଭାବେ ଜଗଦୀପଙ୍କ କାର୍ଯ୍ୟକାଳରେ କ୍ୱାଟମସ୍କେପରେ ଅନେକ ଗୁରୁତ୍ୱପୂର୍ଣ୍ଣ ଅଭିବୃଦ୍ଧି ଘଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.