ସପ୍ତାହରେ ସୁନା ବଢ଼ିଛି ୧ ହଜାରୁ ଅଧିକ, ରୁପାରେ ୨୯୦ ଟଙ୍କା ବୃଦ୍ଧି: ବର୍ଷକରେ ଉଭୟ ଧାତୁର ମୂଲ୍ୟ ୧୨ ହଜାରୁ ଅଧିକ ବଢ଼ିଛି

Published By : Prameya-News7 Bureau | January 04, 2025 IST

internet

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ସୁନା ଓ ରୁପା ମୂଲ୍ୟରେ ଜବରଦସ୍ତ ବୃଦ୍ଧି ଘଟିଛି। ଇଣ୍ଡିଆ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ (ଆଇବିଜେଏ) ର ତଥ୍ୟ ଅନୁଯାୟୀ, ଗତ ଶୁକ୍ରବାର ଅର୍ଥାତ୍ ୨୭ ଡିସେମ୍ବର ୨୦୨୪ ରେ ୧୦ ଗ୍ରାମ ୨୪ କ୍ୟାରେଟ ସୁନା ମୂଲ୍ୟ ୭୬,୪୩୬ ଟଙ୍କା ଥିଲା, ଯାହା ସପ୍ତାହ ପରେ ଅର୍ଥାତ ଶୁକ୍ରବାର (୩ ଜାନୁଆରୀ ୨୦୨୫)୧,୦୬୮ ଟଙ୍କା ବୃଦ୍ଧି ହୋଇ ୭୭,୫୦୪ ଟଙ୍କା ହୋଇଛି।

ସେହିପରି ଚଳିତ ସପ୍ତାହରେ ରୂପା ମୂଲ୍ୟରେ ମଧ୍ୟ ସାମାନ୍ୟ ବୃଦ୍ଧି ଘଟିଛି। ଡିସେମ୍ବର ୨୭ରେ, ୧ କେଜି ରୂପା ଦାମ ୮୭,୮୩୧ ଟଙ୍କାରେ ବିକ୍ରି ହେଉଥିଲା। ସପ୍ତାହ ମଧ୍ୟରେ ୩ ଜାନୁୟାରୀ ୨୦୨୫ ରେ ଏହା ମୂଲ୍ୟ ୨୯୦ ଟଙ୍କା ବଢି କେଜି ୮୮,୧୨୧ ଟଙ୍କା ହୋଇ ଯାଇଛି।ସୂଚନା ଥାଉକି ଅକ୍ଟୋବର ୨୩ ରେ, ରୂପା ସର୍ବକାଳୀନ ଉଚ୍ଚା ସ୍ତର ୯୯,୧୫୧ ଟଙ୍କାରେ ପହଞ୍ଚିଥିଲା। ଏବଂ ୩୦ ଅକ୍ଟୋବରରେ ସୁନା ସର୍ବକାଳୀନ ଉଚ୍ଚା ମୂଲ୍ୟ ୭୯,୬୮୧ ଟଙ୍କା ହୋଇଥିଲା।

୨୦୨୪ରେ ସୁନା ୨୦% ରିଟର୍ଣ୍ଣ ଏବଂ ରୂପା ୧୭% ରିଟର୍ଣ୍ଣ ଦେଇଥିଲା
 
ଗତ ବର୍ଷ ଅର୍ଥାତ୍ ୧ ଜାନୁଆରୀ ୨୦୨୪ ରୁ ୩୧ ଡିସେମ୍ବର ୨୦୨୪ ମଧ୍ୟରେ ସୁନା ମୂଲ୍ୟ ୨୦.୨୨%  ବଢ଼ିଛି। ୧ ଜାନୁଆରୀ ୨୦୨୪ ରେ, ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ପ୍ରତି ମୂଲ୍ୟ ୬୩,୩୫୨ ଟଙ୍କା ଥିଲା, ଯାହା ବର୍ଷକରେ ୧୨,୮୧୦  ବଢ଼ି ୭୬,୧୬୨ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଗତବର୍ଷ ଜାନୁଆରୀ ୧ ରେ, ରୂପା କେଜି  ୭୩,୩୯୫ ଟଙ୍କାରେ ବିକ୍ରି ହେଉଥିଲା,ହେଲେ ବର୍ଷ ଶେଷକୁ ଏଥିରେ ୧୨,୬୨୨ ଟଙ୍କା ବୃଦ୍ଧି ହୋଇ ବର୍ଷର ଶେଷ ଦିନରେ ୮୬,୦୧୭ ଟଙ୍କାରେ ପହଞ୍ଚିଥିଲା। ଗୋଟିଏ ବର୍ଷରେ ରୂପା ମୂଲ୍ୟ ୧୭.୧୯% ବୃଦ୍ଧି ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.