ଭୁବନେଶ୍ବର ୨୮।୩: ଆମ ବିରୋଧରେ କେସ୍ କଲେ ଆମେ ବି କେସ୍ କରିବୁ । ଏଭଳି କହିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । କଂଗ୍ରେସ ନେତା କର୍ମୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ବର୍ଷିଛନ୍ତି କଂଗ୍ରେସ ନେତା । ଭକ୍ତ ଚରଣ ଦାସ କହିଛି, ବିଧାନସଭା ଘେରାଉ ଶାନ୍ତିପୂର୍ଣ୍ଣ ଭାବେ କରାଯାଉଥିଲା । କିଛି ଅଣ କଂଗ୍ରେସ ଲୋକ ଆସିଥିଲେ ଆମେ ତାଙ୍କୁ ଜାଣିନୁ । ଗୁଣ୍ଡାମାନଙ୍କୁ ଦମନ କଲା ଭଳି ପୋଲିସ ଗୁଣ୍ଡା ସାଜି କାମ କଲା । ଆମେ ମଧ୍ୟ କେସ୍ କରିବୁ । ଅଣ୍ଟା ତଳକୁ ଲାଠି ଚାର୍ଜ ହୁଏ କିନ୍ତୁ ଏଥିରେ ବ୍ୟତିକ୍ରମ ହୋଇଛି । ଆମ ଲୋକ ପଥର ଫିଙ୍ଗି ନାହାନ୍ତି । ତ୍ରୁଟିକୁ ଲୁଚାଇବାକୁ ବିଜେପି ଗୃହକମିଟି ଗଠନ କରିବା ସପକ୍ଷରେ ନାହିଁ । ସବୁ ଜିଲ୍ଲା ଆଗକୁ ସବୁ ଜିଲ୍ଲା ଗସ୍ତ କରିବେ କଂଗ୍ରେସ ପର୍ଯ୍ୟବେକ୍ଷକ । କଂଗ୍ରେସ ପ୍ରବଳ ଜନ ସମର୍ଥନ ମିଳିଛି । ଆମେ ହିଂସାକୁ ବିଶ୍ୱାସ କରୁନି । ଆମକୁ ଗିରଫ କଲେ ଆଗକୁ ବଡ଼ ଆନ୍ଦୋଳନକୁ ଇନ୍ଧନ ଯୋଗାଇବା । ଯେଉଁମାନେ ଦଙ୍ଗା କଲେ ସେମାନେ ଆମ ଦଳର ଲୋକ ନୁହନ୍ତି । ଏନେଇ ତଦନ୍ତ ହେଲେ ଆମେ ସ୍ଵାଗତ କରିବୁ ।
ସେହିଭଳି AICC ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ପଓ୍ବନ୍ ଖେରା କହିଛନ୍ତି, ଯେପର୍ଯ୍ୟନ୍ତ ଓଡ଼ିଶାରେ ନାରୀଙ୍କୁ ସୁରକ୍ଷା ନମିଳିଛି ସେପର୍ଯ୍ୟନ୍ତ କଂଗ୍ରେସର ତା’ର ଲଢ଼େଇ ଜାରି ରଖିବ । ସରକାର ଲାଠିମାଡ଼ କରନ୍ତୁ କିନ୍ତୁ ଆମେ ବିରୋଧ ପ୍ରଦର୍ଶନ କରିବୁ । ଓଡ଼ିଶା ଜନତା ଦେଖୁଛନ୍ତି କିଏ କ’ଣ କରୁଛି ।
ସୂଚନାଯୋଗ୍ୟ ଯେ, ଗୁରୁବାର କଂଗ୍ରେସର ବିଧାନସଭା ଘେରାଉ ବେଳେ ରଣକ୍ଷେତ୍ର ପାଲଟିଥିଲା ଲୋୟର ପିଏମଜି । ପୋଲିସ ଉପରକୁ ଅଣ୍ଡା, ଟମାଟୋ, ଢ଼େଲା ପଥର, ଚେୟାର ମାଡ଼ ହୋଇଥିଲା । ପରିସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ପୋଲିସ ପକ୍ଷରୁ ଲାଠିଚାର୍ଜ ସହ ପାଣି ଓ ଟିୟର ଗ୍ୟାସ୍ ମାଡ଼ କରାଯାଇଥିଲା ।
You Can Read: