ଭୁବନେଶ୍ବର ୩୧।୩: ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ବର୍ଷିଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ପ୍ରସନ୍ନ କହିଛନ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଆଉ ସରକାରଙ୍କ ନିୟନ୍ତ୍ରଣରେ ନାହଁ । ସରକାର ଏଥିରେ ବିଫଳ ହୋଇଛନ୍ତି । ରାଜଧାନୀ ସମେତ ସାରା ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡିଛି । ପୋଲିସର ନିୟନ୍ତ୍ରଣ ନାହିଁ । ବିଧାନସଭା ଭିତରେ ଆଉ ବାହାରେ ପୋଲିସ କର୍ତୁତ ଦେଖାଉଛନ୍ତି । ଭୁବନେଶ୍ୱର ଭରତପୁର ଓ କବିସୂର୍ଯ୍ୟନଗର ଘଟଣା ଏହା ପ୍ରମାଣିତ କରୁଛି ।
ପ୍ରତି କଥାରେ ରାଜନୈତିକ ହସ୍ତକ୍ଷେପ ରହୁଛି । ସରକାରୀ ଦଳର ସାଧାରଣ କର୍ମୀ ପୋଲିସ କାମରେ ହସ୍ତକ୍ଷେପ କରୁଛନ୍ତି । ପୋଲିସ ସ୍ୱାଧୀନ ଭାବେ କାମ ନ କଲେ ଅପରାଧ ବଢିବ । ସରକାରୀ ଦଳ ନିଜ ଆଡୁ ଦେଖିବା କଥା ଯେ ପୋଲିସ ଉପରେ ଚାପ ନପକାନ୍ତୁ । ପୋଲିସ ବି ଅପରାଧରେ ସମ୍ପୃକ୍ତ ରହୁଥିବା ରିପୋର୍ଟ ଆସୁଛି । ଯାହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡୁଛି । ତେଣୁ ଲୋକ ଅପରାଧ କରୁଛନ୍ତି । ବହୁ କଷ୍ଟରେ ଶାସନକୁ ଆସିଛନ୍ତି । ସେମାନଙ୍କୁ ନିଜ କର୍ମୀଙ୍କୁ ପୋଲିସ ଉପରେ ହସ୍ତକ୍ଷେପ ଉପରୁ ନିବୃତ ରଖିବା କଥା ନ ହେଲେ ଆହୁରି ବିଗିଡ଼ିବ ଆଇନ ଶୃଙ୍ଖଳା ପରିସ୍ଥିତି ।
You Can Read:
ତତଲା କଡ଼େଇରେ ଭାଜି ହେଉଛି ସୁବର୍ଣ୍ଣପୁର : ବୋହୁଛି ଝାଞ୍ଜି ପବନ ଦିନ ୨ଟା ବାଜିଲେ ରାସ୍ତାଘାଟ ଶୂନଶାନ୍