ଭୁବନେଶ୍ବର ୨୮।୩: ମଦର ବ୍ୟାପକ ପ୍ରସାର ଯୋଗୁଁ ଓଡ଼ିଶାର ସାମାଜିକ ବ୍ୟବସ୍ଥା ନଷ୍ଟ ହେଉଛି, ଲୋକସଭାରେ ଉଦବେଗ ପ୍ରକାଶ କଲେ ବରଗଡ ସାଂସଦ ପ୍ରଦୀପ ପୁରୋହିତ । ଓଡ଼ିଶାର ଗାଁ ମାନଙ୍କରେ ବ୍ୟାପକ ମାତ୍ରାରେ ମଦଭାଟିର ପ୍ରସାର ଚାଳିଥିବାରୁ ଗାଁ ମାନଙ୍କ ସାମାଜିକ ଅବସ୍ଥା ବିଗିଡିବାରେ ଲାଗିଛି ଓ ଗାଁ ମାନଙ୍କର ଆର୍ଥିକ ଅବସ୍ଥା ଉପରେ ମଧ୍ୟ ଏହା ବୋଝ ତିଆରି ହେଉଛି । ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ଏଭଳି ଅବସ୍ଥା ଥିବାରୁ କେନ୍ଦ୍ର ସରକାର ଅବକାରୀ ବିଭାଗକୁ କେନ୍ଦ୍ର ଅଧିନକୁ ନେବା ପାଇଁ ସରକାର ବିଚାର କରିବା ପାଇଁ ବରଗଡ ସାଂସଦ ପ୍ରଦୀପ ପୁରୋହିତ ନିୟମ ୩୭୭ ଅଧିନିୟମରେ ଏ ପ୍ରସଙ୍ଗ ଲୋକସଭାରେ ଆଗତ କରିଛନ୍ତି ।
ଓଡ଼ିଶା ବିଶେଷ କରି ପଶ୍ଚିମ ଓଡ଼ିଶାରେ ମଦ ବ୍ୟବସାୟୀରେ ବର୍ଷକୁ ୫ ଶହ କୋଟିରୁ ଅଧିକ ଟଙ୍କାର କାରବାର ହେଉଛି ଓ ମଦ ବ୍ୟବସାୟୀ ମାନେ ଅଧିକ ଲାଭ ପାଇବା ପାଇଁ ୟୁରିଆ ଓ କିଛି ବିଷାକ୍ତ ପଦାର୍ଥ ମିଶ୍ରଣ କରି ମଦ ତିଆରି କରୁଥିବାରୁ ବହୁ ଯୁବକ ମଦର ଶିକାରରେ ଆସି ଅକାଳରେ ମୃତ୍ୟୁ ହେଉଛି ବୋଲି ସାଂସଦ ପ୍ରଦୀପ ପୁରୋହିତ ଗୁରୁତର ଅଭିଯୋଗ ଆଣିଛନ୍ତି । ଅବକାରୀ ବିଭାଗ କିମ୍ବା ସ୍ବାସ୍ଥ୍ୟ ବିଭାଗ ଦ୍ବାରା କୌଣସି ମଦ ଭାଟିରେ ତିଆରି ହେଉଥିବାର ମଦର ମାନ ନିର୍ଦ୍ଧାରଣ ହେଉ ନଥିବାରୁ ଅବାଧରେ ଏଭଳି ମଦ ପ୍ରସ୍ତୁତି ଚାଳିଛି ।
ପ୍ରଦୀପ ପୁରୋହିତ କେନ୍ଦ୍ର ସରକାରଙ୍କ ଠାରେ ଦାବି ଉପସ୍ଥାପନ କରି ଅତି କମ୍ରେ ଯେଉଁ ଯେଉଁ ପୀଠ ସ୍ବାଧୀନତା ଆନ୍ଦୋଳନର ପ୍ରମୁଖସ୍ଥଳୀ ଥିଲା ଏବଂ ଭଗତ ସିଂ, ସୁବାଷ ଚନ୍ଦ୍ର ବୋଷ, ଚନ୍ଦ୍ର ଶେଖର ଆଜାଦଙ୍କ ଭଲି ଅନେକ ଦେଶ ସ୍ବାଧୀନତା ଆନ୍ଦୋଳନରେ ନିଜକୁ ଉତ୍ସର୍ଗ କରି ଦେଇଥିଲେ ସେମାନଙ୍କ ଜନ୍ମ ମାଟିରେ ସଂପୂର୍ଣ୍ଣ ଭାବେ ନିଶାମୁକ୍ତ ଅଞ୍ଚଳ ଘୋଷଣା କଲେ ସେମାନଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଛନ୍ତି ।
You Can Read:
କଂଗ୍ରେସର ବିଧାନସଭା ଘେରାଉ କାର୍ଯ୍ୟକ୍ରମ ପାଇଁ ଶାସକ ଦଳ ଦାୟୀ : ଦେବାଶିଷ ସାମନ୍ତରାୟ