୨୬ ସପ୍ତାହର ଗର୍ଭକୁ ନଷ୍ଟ କରିପାରିବେ ମହିଳା; ବମ୍ବେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

Published By : Prameya-News7 Bureau | March 31, 2025 IST

ନୂଆଦିଲ୍ଲୀ: ମହିଳାଙ୍କୁ ଗର୍ଭଧାରଣ ସ୍ବତନ୍ତ୍ରତା । ଶାରୀରିକ ସ୍ବାୟତତା ଏବଂ ପସନ୍ଦକୁ ନେଇ ବମ୍ବେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଉଚ୍ଚ ଅଦାଲତ କହିଛନ୍ତି, ଜଣେ ମହିଳା ୨୬ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରାଇପାରିବ । କୋର୍ଟଙ୍କ ଏହି ଫଇସଲା ମହିଳାଙ୍କ ଶିଶୁ ଜନ୍ମ ଦେବା ଅଧିକାରକୁ ଟିପ୍ପଣୀ କରୁଛି । ନ୍ୟାୟମୂର୍ତ୍ତୀ ରେବତୀ ମୋହିତ ଡେରେ ଏବଂ ଜଷ୍ଟିସ୍   ନୀଳା ଗୋଖଲେଙ୍କ ଖଣ୍ଡପୀଠ ଜଣେ ୩୨ ବର୍ଷୀୟା ମହିଳାଙ୍କ ଗର୍ଭପାତ ଆବେଦନକୁ ଶୁଶାଣି କରି ଏପରି କହିଛନ୍ତି । ମହିଳାମାନେ ନିଜ ପସନ୍ଦର ଘରୋଇ ହସ୍ପିଟାଲରେ ଗର୍ଭପାତ କରିପାରିବେ । ମାତ୍ର ଏହା ପୂର୍ବରୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ କୋର୍ଟରେ ଏକ ସତ୍ୟପାଠ ଦାଖଲ କରିବାକୁ ପଡ଼ିବ । ହସ୍ପିଟାଲକୁ ସୁନିଶ୍ଚିତ କରିବାକୁ ପଡ଼ିବ ଯେ ହସ୍ପିଟାଲରେ ମେଡିକାଲ ଟର୍ମିନେଶନ ଅଫ୍ ପ୍ରେଗ୍ନେସି ଅଧିନିୟମ ଅନୁଯାୟୀ ଅବଶ୍ୟକ ବ୍ୟବସ୍ଥା ରହିଛି । 

ସୂଚନା ଅନୁଯାୟୀ, ଜଣେ ୩୨ ବର୍ଷୀୟା ମହିଳା ନିଜ ଅସଙ୍ଗତ ଭୃଣକୁ ନଷ୍ଟ କରିବାକୁ କୋର୍ଟଙ୍କୁ ଅନୁମତି ମାଗିଥିଲେ । ବମ୍ବେ ହାଇକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଆବେଦନକୁ ତର୍ଜମା କରି ଗର୍ଭପାତ ସ୍ବତନ୍ତ୍ରତା ଉପରେ ଶୁଶାଣି କରିଛନ୍ତି । କୋର୍ଟ କହିଛନ୍ତି, ମହିଳାଙ୍କ ଗର୍ଭଧାରଣ ସ୍ବତନ୍ତ୍ରତା ଅଧିକାର । ଶରୀର ଉପରେ ତାଙ୍କର ସ୍ବୟତତା ଓ ପସନ୍ଦକୁ ଧ୍ୟାନ ଦେଇ ଗର୍ଭପାତ ପାଇଁ ଅନୁମତି ଦିଆଯାଇଛି । ମହିଳାମାନେ ନିଜର ଶାରୀରିକ ସ୍ଥିତି ଦେଖି ଚିକିତ୍ସାଧୀନ ଉପାୟରେ ଗର୍ଭପାତ କରାଇପାରିବେ । 

ପୂର୍ବରୁ ମହିଳାମାନେ ଆଇନଗତ ଭାବେ ୨୪ ସପ୍ତାହରେ ଗର୍ଭପାତ କରିପାରୁଥିଲେ । ଏବେ କିନ୍ତୁ ବମ୍ବେ ହାଇକୋର୍ଟ ଏହି ଯାଚିକା ମାଧ୍ୟମରେ ମହିଳାଙ୍କ ଶାରୀରିକ ସ୍ଥିତିକୁ ଦେଖି ୨୬ ସପ୍ତାହରେ ଗର୍ଭପାତ ପାଇଁ ଅନୁମତି ଦେଇଛନ୍ତି । କୋର୍ଟ ଆହୁରି ମଧ୍ୟ କହିଛନ୍ତି, ଗର୍ଭପାତ ବେଳେ ଭୃଣର ହାର୍ଟର ଗତିକୁ ଧୀରେ ଧୀରେ କମ୍ କରିବା ଦରକାର, ଶିଶୁ ଯେପରି ଜୀବିତ ଜନ୍ମ ନହେବ ନାହିଁ । ଏହା ଉପରେ ଅଦାଲତ ସରକାରୀ ହସ୍ପିଟାଲ ଅର୍ଥାତ୍ ଜେଜେ ହସ୍ପିଟାଲର ମେଡିକାଲ ବୋର୍ଡକୁ ଉପଯୁକ୍ତ ପରମର୍ଶ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.