ନୂଆଦିଲ୍ଲୀ: ଭାରତର ପ୍ରଥମ ଭର୍ଟିକାଲ୍ ଲିଫ୍ଟ ବ୍ରିଜ୍ର ନିର୍ମାଣ ଶେଷ । ସମୁଦ୍ର ଭିତରେ ଏହି ବ୍ରିଜ୍ ତିଆରି ହୋଇଛି । ଆସନ୍ତା ଏପ୍ରିଲ ୬ ତାରିଖ ଅର୍ଥାତ୍ ରାମନବମୀରେ ପମ୍ବନ ବ୍ରିଜ୍କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମୁଦ୍ର ଭିତରେ ନିର୍ମାଣ ହୋଇଥିବା ଏହି ଭର୍ଟିକାଲ୍ ଲିଫ୍ଟ ବ୍ରିଜ୍ର ଦୈର୍ଘ୍ୟ ୨.୦୮ କିଲୋମିଟର । ଏହି ପୋଲ ଭାରତର ମୁଖ୍ୟଭୂମିକୁ ରାମେଶ୍ବରମ୍ ଦ୍ବୀପ ସହିତ ଯୋଡ଼ିବ । ଏହି ପୋଲ ଉପରେ ଟ୍ରେନ୍ ଗଡ଼ିବ ଏବଂ ତଳେ ଜାହାଜ ଯାଇପାରିବ ।
କେମିତି କାମ କରିବ ପମ୍ବନ ବ୍ରିଜ୍:
ସମୁଦ୍ର ଯାତାୟାତକୁ ସୁଗମ କରିବା ପାଇଁ ପୋଲ ଉପରେ ରେଲଓ୍ବେ ଟ୍ରାକ୍ର ଗୋଟିଏ ଅଂଶ ଅର୍ଥାତ୍ ୧୭ ମିଟର ଉପରକୁ ଉଠିପାରିବ । ଫଳରେ ଜାହାଜ ଗୁଡ଼ିକ ସହଜରେ ଯାଆସ କରିପାରିବେ । ଏହି ବ୍ରିକ୍ ବ୍ରିଟିଶ୍ ଶାସନ ବେଳେ ତିଆର ହୋଇଥିବା ପମ୍ବନ ପୋଲର ସମାନ୍ତାରଳ ଭାବେ ତିଆରି କରାଯାଇଛି । ୧୧୦ ବର୍ଷ ପୁରୁଣା ପୋଲରେ ଜଙ୍କ ଲାଗିଯିବାରୁ ଏହା ବ୍ୟବହାର ଯୋଗ୍ୟ ହୋଇରହିନାହିଁ । ତେଣୁ ଏହାକୁ ୨୦୨୨ରେ ବନ୍ଦ କରାଯାଇଛି ।
ରାମେଶ୍ବରମ୍ ଦ୍ବୀପକୁ ଭାରତର ମୁଖ୍ୟଭୂମି ସହିତ ଯୋଡ଼ିବା ପାଇଁ ଏହା ନିକଟରେ ଆଉ ଏକ ଭର୍ଟିକାଲ୍ ଲିଫ୍ଟ ବ୍ରିଜ୍ ନିର୍ମାଣ କରାଯାଇଛି । ଏହି ରେଲଓ୍ବେ ବ୍ରିଜ ପ୍ରାୟ ୫୩୧ କୋଟି ଟଙ୍କା ବ୍ୟୟ ବରାଦରେ ତିଆରି ହୋଇଛି । ଯାହା ସମୁଦ୍ର ଭିତରେ ରେଳ ସଂଯୋଗକୁ ନେଇ ବଡ଼ ଉଦାହରଣ ସୃଷ୍ଟି କରିଛି ।
Good News For Devotees of Ramanathaswamy Temple: Work on India’s First Vertical Lift Railway Sea Bridge is in full swing at Rameswaram, Tamil Nadu.
— Piyush Goyal (@PiyushGoyal) September 13, 2020
Foundation stone of this 2 KM long bridge, connecting Rameswaram on Pamban island & mainland India, was laid by PM @NarendraModi ji pic.twitter.com/HiOfLvYsXo
ନୂଆ ପମ୍ବନ ବ୍ରିଜର ଲିଫ୍ଟ ମାତ୍ର ୫ ମିନିଟ ୩୦ ସେକେଣ୍ଡରେ ଖୋଲିବ । ମାତ୍ର ପୁରୁଣା ପୋଲରେ ଏହା ଖୋଲିବାକୁ ୩୫ ମିନିଟ୍ ୪୦ ସେକେଣ୍ଡ ଲାଗୁଥିଲା । ନୂଆ ବ୍ରିଜରେ ରେଳ ଚଳାଚଳ କଲେ ବହୁ ସମୟ ବଞ୍ଚିବ । ପୋଲକୁ ହାଇ-କ୍ବାଲିଟି ଏବଂ ଟେକ୍ନୋଲଜି ବ୍ୟବହାର କରି ନିର୍ମାଣ କରାଯାଇଛି । ସମୁଦ୍ରର ପ୍ରତିକୂଳ ପରିସ୍ଥିତି ଓ ପବନକୁ ଦୃଷ୍ଟିରେ ରଖି ଏହି ବ୍ରିଜକୁ ନିର୍ମାଣ କରାଯାଇଛି ।...