ଭୁବନେଶ୍ୱର ୦୪।୦୩ : ବିଜେପିର ମହାମିଶ୍ରଣ ପର୍ବ । ପଦ୍ମ ଧରିଲେ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ, ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଏବଂ ଭଦ୍ରକର ପୂର୍ବତନ କଂଗ୍ରେସ ବିଧାୟକ ନରେନ୍ ପଲେଇ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତରେ ଦଳରେ ସାମିଲ ହୋଇଛନ୍ତି।
{"id":916907,"sizeSlug":"full","linkDestination":"none"}ପ୍ରେମାନନ୍ଦ ଅକ୍ଟୋବର ୧୨ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ। ୨୦୦୯ ରେ ପ୍ରଥମଥର ପାଇ ତେଲକୋଇରୁ ବିଜେଡି ଟିକେଟରେ ବିଧାୟକ ଭାବେ ବିଜୟୀ ହୋଇଥିଲେ। ଏହାପରେ ୨୦୧୯ ରେ ଦ୍ଵିତୀୟ ଥର ଭାବେ ତେଲକୋଇ ବିଧାୟକ ଭାବେ ନିର୍ବାଚିତ ହେବା ପରେ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାର ମନ୍ତ୍ରୀ ଥିଲେ। ଗୋଷ୍ଠିକନ୍ଦଳ ପାଇ ବିଜେଡି ଛାଡିଥିବା କହିଥିଲେ ପ୍ରେମାନନ୍ଦ।
{"id":916908,"sizeSlug":"full","linkDestination":"none"}ସେହିପରି ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଗତ ଉପ ନିର୍ବାଚନରେ ବିଜେଡି ଟିକେଟ ନ ଦେବାରୁ ବିଦ୍ରୋହୀ ପ୍ରାର୍ଥୀ ହୋଇଥିଲେ। ପରେ ବିଜେଡି ତାଙ୍କୁ ଦଳରୁ ବହିଷ୍କୃତ କରିଥିଲା। ଅନ୍ୟପଟେ ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ ୨୦୦୪ ରୁ ୨୦୦୯ କଂଗ୍ରେସ ଟିକେଟରେ ବିଧାୟକ ହୋଇଥିଲେ । ୨୦୧୯ ରେ କଂଗ୍ରେସ ତାଙ୍କୁ ଟିକେଟ ନଦେବାରୁ ଅସନ୍ତୁଷ୍ଟ ଥିଲେ ନରେନ। ତେବେ ରବିବାର ଦିନ କଂଗ୍ରେସ ଛାଡ଼ି ଆଜି ବିଜେପିରେ ମିଶିଛନ୍ତି। ୨୦୨୪ରେ ନରେନ ଭଦ୍ରକରୁ ବିଧାୟକ ପ୍ରାର୍ଥୀ ଲାଗି ଅଛନ୍ତି ଆଶାୟୀ।
wp:embed {"url":"https://www.prameyanews7.com/shahrukh-khan-chants-jai-shree-ram-gives-heartfelt-speech/","type":"wp-embed","providerNameSlug":"prameya-news-7"} /wp:embed