ମାଲକାନଗିରି SPଙ୍କ ନିକଟରେ ଆତ୍ମସମର୍ପଣ କଲେ ୩ ମାଓବାଦୀ, ଦକ୍ଷିଣ ବସ୍ତର ମାଓ ସଂଗଠନର ଥିଲେ ସଦସ୍ୟ

Published By : Prameya-News7 Bureau | June 20, 2024 IST

ମାଲକାନଗିରି ୨୦।୬: ମାଲକାନଗିରି ଏସପିଙ୍କ ନିକଟରେ ତିନି ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନେ ସମସ୍ତେ ହେଉଛନ୍ତି ଛତିଶଗଡ ଦକ୍ଷିଣ ବସ୍ତର ମାଓ ସଂଗଠନର ମିଲିସିଆ ମେମ୍ବର । ଛତିଶଗଡରେ ଏବେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜୋରଦାର ଅପରେସନ କରାଯାଇଥିବା ବେଳେ ଭୟଭୀତ ହୋଇ ଏମାନେ ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ତିନି ଜଣ ମିଲିସିଆ ମାଓବାଦୀ ହେଉଛନ୍ତି ଦେବା ମାଡଭି, ଆଡମା ମାଡକାମୀ ଓ ମୁକା ସୋଡି । ତିନି ଜଣଙ୍କ ଘର ଛତିଶଗଡ ସୁକୁମା ଜିଲ୍ଲାର ଚିନ୍ତାଗୁମ୍ଫା ଅଞ୍ଚଳରେ ବୋଲି ଜଣାପଡ଼ିଛି । ଆତ୍ମସମର୍ପଣ ପରେ ଏମାନଙ୍କୁ ଓଡିଶା ସରକାରଙ୍କ ନିୟମ ଅନୁଯାୟୀ ଥଇଥାନ କରାଯିବ ବୋଲି ମାଲକାନଗିରି ଏସପି ସୂଚନା ଦେଇଛନ୍ତି ।

You Can Read :

କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିଂସା ମାମଲାରେ ଜାରି ହୋଇଥିଲା NBW

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.