ପାଚେରୀ ସହ ପିଟି ହେଲା ବାଇକ୍‌, ଚାଲିଗଲା ତିନି ଜୀବନ

Published By : Prameya-News7 Bureau | February 12, 2025 IST

କୋଣାର୍କ ୧୨।୦୨ : ପୁରୀ ଜିଲ୍ଲା କାକଟପୁର ବଢେଇ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ପାଚେରୀରେ ପିଟି ହେଲା ବାଇକ୍‌ । ଯାହାଫଳରେ ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଯାଇଛି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । 

ଖବର ଅନୁଯାୟୀ, ପୁରୀ ଜିଲ୍ଲା କାକଟପୁର ବଢେଇଛକ ନିକଟରେ ଏକ ବାଇକ୍‌ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ପାଚେରୀରେ ପିଟି ହୋଇଥିଲା । ଯାହାଫଳରେ ବାଇକ୍‌ରେ ଥିବା ତିନି ଜଣ ଗୁରୁତର ହୋଇଥିଲେ । ଏହାପରେ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଗୋପ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଦୁଇ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଆଉ ଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଉଥିଲା । ତାଙ୍କର ବି ଅଧାରାସ୍ତାରେ ମୃତ୍ୟୁ ହୋଇଯାଇଛି । ତେବେ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବ୍ୟକ୍ତିମାନେ ହେଲେ ହୟାହାତ ଦାଣ୍ଡିକିରା ଅଞ୍ଚଳର ସାଗର ମଲ୍ଲିକ (୨୨ ବର୍ଷ), ଦୀପକ ମଲ୍ଲିକ (୨୧ ବର୍ଷ) ଦୁଇ ଭାଇ ହୋଇଥିବା ବେଳେ ଅନ୍ୟ ଜଣଙ୍କ ନିଆଳି ମଥୁରୀ ଢିଅ ଅଞ୍ଚଳର ୧୯ ବର୍ଷୀୟ ସତ୍ୟପ୍ରକାଶ ସାହୁ ବୋଲି ଜଣାପଡିଛି ।  

ତେବେ ପୋଲିସର ପ୍ରାଥମିକ ତଦନ୍ତରୁ କୁହୁଡ଼ି ଏବଂ ଦ୍ରୁତ ଗତିରେ ବାଇକ୍‌ ଯିବାରୁ ଏପରି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ବାକି ପୋଲିସ ଗାଡି ଜବତ କରିବା ସହ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି । 

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.