ଆଖିବୁଜିଲେ ଉମାକାନ୍ତି, ବଡ଼ ଯାଆର ଯକୃତ ଦାନ ପରେ ବି ବଞ୍ଚି ପାରିଲେନି ସାନ ଯାଆ

Published By : Prameya-News7 Bureau | February 22, 2025 IST

ସମ୍ବଲପୁର ୨୨।୦୨ : ନା ରହିଲା ତ୍ୟାଗ, ନା ରହିଲା ପରିଶ୍ରମ । ଡାକ୍ତରଙ୍କ ସତ ଚେଷ୍ଟା ପରେ ବି ବଞ୍ଚିପାରିଲେନି ଉମାକାନ୍ତି ପ୍ରଧାନ। ସଫଳ ହେଲାନି ଯକୃତ ପ୍ରତ୍ୟାରୋପଣ। ଲିଭର ପ୍ରତିରୋପଣ ହୋଇଥିବା ସାନ ଯାଆଙ୍କ ମୃତ୍ୟୁ ହୋଇଛି। ହାଇଦ୍ରାବାଦ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ସମ୍ବଲପୁର ଝାଙ୍କରପାଲି ଗାଁର ଉମାକାନ୍ତି ପ୍ରଧାନ। 

୨୦୨୦ ମସିହା ଫେବୃଆରୀ ୧୬ରେ ସମ୍ବଲପୁର ଜାତୀୟ ରାଜପଥକୁ ଲାଗିଥିବା ଏକ ଘରୋଇ ହସ୍ପିଟାଲରେ ମହାଦେବ ପ୍ରଧାନଙ୍କ ସ୍ତ୍ରୀ ଉମାକାନ୍ତି ପ୍ରଧାନଙ୍କ ଅସ୍ତ୍ରୋପଚାର ହୋଇଥିଲା । ପିତ୍ତକୋଷରେ ପଥୁରି ରୋଗ ହୋଇଥିବାରୁ ସେଠାରେ ଅପରେସନ କରାଯାଇଥିଲା । ହେଲେ ପିତ୍ତନଳୀକୁ ଡାକ୍ତର କାଟି ଦେଇଥିବା ଜଣାପଡ଼ିଲା। ଏହି ଘଟଣାର ୪ ବର୍ଷ ପରେ ଅର୍ଥାତ ୨୦୨୪ ଡିସେମ୍ବର ୫ରେ ସ୍ତ୍ରୀଙ୍କ ଯକୃତ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ହାଇଦ୍ରାବାଦର ଏକ ଡାକ୍ତରଖାନାରେ ଜଣାପଡ଼ିଲା। ପରେ ତାଙ୍କୁ ଚିକିତ୍ସା ନିମନ୍ତେ ବଡ଼ ବଡ଼ ଡାକ୍ତରଙ୍କ ପରାମର୍ଶ ନିଆଯାଇଥିଲା । ହେଲେ ସମସ୍ତେ ଲିଭର ପ୍ରତିରୋପଣ ନହେଲେ ଜୀବନ ପ୍ରତି ବିପଦ କହିଥିଲେ । ତେଣୁ ତୁରନ୍ତ ଡୋନର୍‌ ଖୋଜିବାକୁ ପରାମର୍ଶ ଦେଇଥିଲେ ଡାକ୍ତର । ସ୍ୱାମୀ ମହାଦେବଙ୍କ ବ୍ଲଡ ଗ୍ରୁପ ମ୍ୟାଚ୍‌ କରିନଥିଲା, ହେଲେ ବଡ଼ ଯାଆ ପ୍ରତିମାଙ୍କ ବ୍ଲଡଗ୍ରୁପ ମ୍ୟାଚ୍‌ କରିଥିଲା । ଶେଷରେ ସାନ ଯାଆକୁ ନିଜ ଯକୃତ ଦେବା ପାଇଁ ରାଜି ହୋଇଥିଲେ ବଡ଼ ଯାଆ । ହାଇଦ୍ରାବାଦ୍‌ରେ ଫେବୃଆରୀ ୬ ତାରିଖ ଦିନ ଅପରେସନ ହେଲା,୯ ତାରିଖରେ ଆଇସିୟୁରୁ ବାହାରିଲେ ବଡ଼ ଯାଆ ପ୍ରତିମା । ଅପରେସନର କିଛି ଦିନ ପରେ ଉମାକାନ୍ତିଙ୍କ ଶରୀରରେ ସଂକ୍ରମଣ ହୋଇଥିଲା । ଯେଉଁଥିଲାଗି ଡାକ୍ତରୀ ଟିମ୍‌ ଲଗାତର ଭାବେ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଥିଲେ ।ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । 

କଂଗ୍ରେସ ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ସମସ୍ତ ବିଧାୟକ ସାମିଲ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.