ନିଦ ହଜାଇଲାଣି ବାଘୁଣୀ ଜିନ୍ନତ୍, ଜଙ୍ଗଲ ପରେ ଡେଉଁଛି ଜଙ୍ଗଲ

Published By : Prameya-News7 Bureau | December 23, 2024 IST

ବାରିପଦା ୨୩/୧୨: ନିଦ ହଜାଇଲାଣି ବାଘୁଣୀ । ଦୁଇଟି ରାଜ୍ୟର ବନବିଭାଗ କର୍ମଚାରୀ ହେଲେଣି ନାକେଦମ । ଦିନକୁ ୨୫ରୁ ୩୦ କି.ମି ବାଟ ଅତିକ୍ରମ କରୁଛି ଜିନ୍ନତ । ଓଡିଶା ଓ ପଶ୍ଚିମବଙ୍ଗ ବନବିଭାଗର ୧୩୦ରୁ ଉର୍ଦ୍ଧ୍ବ କର୍ମଚାରୀ ଜିନ୍ନତର ଗତିବିଧି ଉପରେ ନଜର ରଖିଛନ୍ତି । ପ୍ରଥମେ ଶିମିଳିପାଳରୁ ଝାଡ଼ଖଣ୍ଡ ଏବେ ପଶ୍ଚିମବଙ୍ଗରେ ଆଗକୁ ଆଗକୁ ମାଡ଼ିଚାଲିଛି ଜିନ୍ନତ । 

ପଶ୍ଚିମବଙ୍ଗର ପଶ୍ଚିମ ମେଦିନାପୁର ଝାଡ଼ଗ୍ରାମ ଡେଇଁ ବାଘୁଣୀଟି ପୁରୁଲିଆ ବାନ୍ଦଓ୍ବାନ ଜଙ୍ଗଲରେ ପହଞ୍ଚିଛି । ସୁନ୍ଦରବନର ଅଭିଜ୍ଞ ବାଘ ଧରାଳି ଟିମ୍ ମଧ୍ୟ ଜୀନ୍ନତକୁ ଧରିବା ପାଇଁ ଉଦ୍ୟମ କରୁଥିବା ଜଣାପଡିଛି । ଜିନ୍ନତ ଓଡ଼ିଶାର ଶିମିଳିପାଳଠାରୁ ପ୍ରାୟ ୧୩୦କିମି ଦୂରରେ ରହିଛି । ଦିନକୁ ଯେ କୌଣସି ସମୟରେ ଏହା ଜଙ୍ଗଲ ଡେଇଁ ଜନବସତିକୁ ପଶିଯିବାର ଆଶଙ୍କା ମଧ୍ୟ ରହିଛି । 

ଏହାକୁ ନେଇ ପଶ୍ଚିମବଙ୍ଗ ବନବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ହାଇଆର୍ଲଟ ଜାରି କରାଯାଇଛି । ବାଘୁଣୀକୁ ଶୀଘ୍ର ଟ୍ରାଙ୍କୁଲାଇଜ କରି ଫେରାଇବା ଶିମିଳିପାଳ କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଚଳିତ ମାସ ୮ ତାରିଖ ରାତିରେ ଶିମିଳିପାଳରୁ ଯାଇ ଝାଡ଼ଖଣ୍ଡର ରାଜାବସା ଓ ଚିଆବାନ୍ଧି ଜଙ୍ଗଲରେ ୧୧ ଦିନ ବିଚରଣ କରିଥିଲା ଜୀନ୍ନତ୍। ତେବେ ୧୯ ତାରିଖ ରାତିରେ ଝାଡ଼ଖଣ୍ଡ ସୀମା ଡେଇଁ ପଶ୍ଚିମବଙ୍ଗର ଝାଡ଼ଗ୍ରାମ ଅଞ୍ଚଳରେ ପଶିଥିଲା। 

ରବିବାର ଏହାକୁ ପ୍ରଥମେ ପଶ୍ଚିମ ମେଦିନାପୁର ଓ ପରେ ପୁରୁଲିଆ ଜିଲ୍ଲାର ବାନ୍ଦଓ୍ବାନ ରେ ଠାବ କରାଯାଇଛି । ବିସ୍ତୀର୍ଣ୍ଣ ଜଙ୍ଗଲ ଦେଇ ଗୋଟିଏ ପରେ ଗୋଟିଏ ଜିଲ୍ଲା ଅତିକ୍ରମ କରୁଛି ଜୀନତ୍ । ଏବେ ଓଡ଼ିଶା ଠାରୁ ପ୍ରାୟ ୧୩୦କିମି ଦୂରରେ ଏହାର ଅବସ୍ଥିତି ରହିଛି ଏବଂ ବାଘୁଣୀଟି ଦିନକୁ ୨୫ରୁ ୩୦ କିମି ବାଟ ଅତିକ୍ରମ କରୁଛି। ଫଳରେ ଯେ କୌଣସି ସମୟରେ ଏହା ଜଙ୍ଗଲ ଡେଇଁ ଜନବସତିକୁ ପଶିଯିବାର ଆଶଙ୍କା ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.