ରୋହିତଙ୍କ ରେକର୍ଡ ଭାଙ୍ଗିଲେ ତିଲକ ବର୍ମା

Published By : Prameya-News7 Bureau | November 15, 2024 IST

indiatoday

ଜୋହାନସବର୍ଗ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ରେ ରେକର୍ଡ ପରେ ରେକର୍ଡ କରୁଛନ୍ତି ସଞ୍ଜୁ ସାମସନ। ଶୁକ୍ରବାର ସିରିଜ୍‌ର ଅନ୍ତିମ ମ୍ୟାଚ୍‌ରେ ଶତକ ହାସଲ କରି ପୁଣି ଏକ ରେକର୍ଡ କରିଛନ୍ତି ଏହି ଟି-୨୦ ହିଟର। କେବଳ ସଞ୍ଜୁ ସାମସନ ନୁହଁନ୍ତି ତିଲକ ବର୍ମା ମଧ୍ୟ ଜବରଦସ୍ତ ରେକର୍ଡ କରିଛନ୍ତି। ଟି-୨୦ ସିରିଜରେ ଲାଗତର ଦୁଇଟି ଶତକ ହାସଲ କରି ରୋହିତ ଶର୍ମାଙ୍କ ରେକର୍ଡ ଭାଙ୍ଗିଛନ୍ତି। ତିଲକ ନମ୍ବର ୩ରେ ବ୍ୟାଟିଂ କରିବାକୁ ଆସି ୪୭ ବଲ୍‌ରେ ୧୨୦ ରନ୍ କରିଥିଲେ। ଏଥିରେ ୧୦ ଚକ୍କା ଓ ୯ଟି ଚୌକା ମାରିଥିଲେ। ସେହିପରି ସାମସନ ମଧ୍ୟ ୧୦୯ ରନ୍ କରିଥିଲେ। ସଞ୍ଜୁ ସାମସନ ଗୋଟିଏ ଟି-୨୦ ସିରିଜ୍‌ରେ ପ୍ରଥମ ଭାରତୀୟ ବ୍ୟାଟର ଓ ଦ୍ୱିତୀୟ ଅନ୍ତର୍ଜାତୀୟ ବ୍ୟାଟର ଭାବେ ଦୁଇଟି ଶତକ ହାସଲ କରିଛନ୍ତି। 

ତିଲକ ଗୋଟିଏ ଟି-୨୦ ମ୍ୟାଚ୍‌ରେ ସର୍ବାଧିକ ରନ୍ କରିବାରେ ରୋହିତଙ୍କ ରେକର୍ଡ ଭାଙ୍ଗିଛନ୍ତି। ତିଲକ ୧୨୦ ରନ୍ କରିଥିବା ବେଳେ ରୋହିତ ଶର୍ମା ୨୦୧୭ରେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍‌ରେ ୧୧୮ ରନ୍‌ର ସର୍ବାଧିକ ସ୍କୋର କରିଥିଲେ। ହେଲେ ଟି-୨୦ ଫର୍ମାଟ୍‌ରେ ସର୍ବାଧିକ ସ୍କୋର କରିବା ରେକର୍ଡ ଶୁଭମନ ଗିଲ୍‌ଙ୍କ ନାଁରେ ରହିଛି। ଗିଲ୍ ୨୦୨୩ରେ ଅପରାଜିତ ୧୨୬ ରନ୍ କରିଥିଲେ। ସେହିପରି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଗୋଟିଏ ଇନିଂସ୍‌ରେ ସର୍ବାଧିକ ଛକ୍କା ମାରିବାରେ ତିଲକ ରୋହିତ ଶର୍ମା ଓ ସଞ୍ଜୁ ସାମସନଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ଏହାପୂର୍ବରୁ ସାମସନ ଓ ରୋହିତ ଗୋଟିଏ ଇନିଂସ୍‌ରେ ୧୦ଟି ଲେଖାଏ ଛକ୍କା ମାରିଥିଲେ। ଆଉ ଶୁକ୍ରବାର ମ୍ୟାଚ୍‌ରେ ତିଲକ ମଧ୍ୟ ୧୦ଟି ଛକ୍କା ମାରି ଉଭୟ ବ୍ୟାଟରଙ୍କ ରେକର୍ଡ ବରାବର ହୋଇଛନ୍ତି। ଏହି ତାଲିକାରେ ଦ୍ୱିତୀୟ ନମ୍ବରରେ ସୂର୍ଯ୍ୟକୁମାର ଯାଦବ ରହିଛନ୍ତି। ସେ ୨୦୨୩ରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ୯ଟି ଛକ୍କା ମାରିଥିଲେ। ସେହିପରି ତିଲକ ବର୍ମା ମଧ୍ୟ ଟି-୨୦ ସିିରିଜରେ ଲଗାତର ଦୁଇଟି ଶତକ ହାସଲ କରି ରେକର୍ଡ କରିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.