ଅଜବ ଦେଶରେ ଗଜବ ନିୟମ; ଜୀବନରେ କେବଳ ଥରେ ସ୍ନାନ କରନ୍ତି ମହିଳା, ପୁରୁଷମାନେ ଅନେକ ମହିଳାଙ୍କ ସହ ରଖିଥାନ୍ତି ଶାରିରୀକ ସମ୍ପର୍କ

Published By : Prameya-News7 Bureau | October 01, 2023 IST

ନୂଆଦିଲ୍ଲୀ 1/10: ଦୁନିଆରେ ଏମିତି ଅନେକ ଜନଜାତି ଅଛନ୍ତି, ଯାହାଙ୍କ ରହଣୀ ସହଣୀ ବା ଜୀବନଶୈଳୀ ପୂରା ଭିନ୍ନ। ଆପଣ ଏକଥା ଜାଣି ଖୁବ୍ ଆଶ୍ଚର୍ଯ୍ୟ ହୋଇଯିବେ ବିଶ୍ୱରେ ଏମିତି ଏକ ସ୍ଥାନ ଅଛି  ଯେଉଁଠି ମହିଳାମାନେ  ତାଙ୍କ ପୂରା ଜୀବନରେ କେବଳ ଥରେ ହିଁ ସ୍ନାନ କରନ୍ତି।  ହଁ ଆଜ୍ଞା ମାତ୍ର ଥରେ। ଆପଣ ଏବେ ଭାବୁଥିବେ ସେ ସ୍ଥାନ କେଉଁଠି।

{"id":851337,"sizeSlug":"full","linkDestination":"none"}

ବାସ୍ତବରେ, ଦକ୍ଷିଣ ଆଫ୍ରିକାରେ ଅବସ୍ଥିତ ନାମିବିୟା ହେଉଛି ଏକମାତ୍ର ଦେଶ ଯେଉଁଠାରେ ମହିଳାମାନେ ଜୀବନରେ ଥରେ ମାତ୍ର ସ୍ନାନ କରନ୍ତି। ତାପୁଣି କେବଳ ନିଜ ବାହାଘରରେ। ଏହି ମହିଳାଙ୍କୁ ପାଣିରେ ଗାଧୋଇବାର  ଆନୁମତି ନାହିଁ। ଏମିତି କି ଲୁଗା ସଫା କରିବାକୁ ପାଣିର ବ୍ୟବହାର କରିବା ଉପରେ ରହିଛି କଟକଣା।  ମାତ୍ର ଥରେ ଗାଧୋଇବା ସତ୍ତ୍ବେ ସେମାନେ ନିଜକୁ ସତେଜ ରଖିପାରନ୍ତି । ଏହି ହିମ୍ବା ଜନଜାତି ନାମିବିୟାର କ୍ୱାନେନ୍ ପ୍ରଦେଶରେ ରୁହନ୍ତି।  ହିମ୍ବା ଜନଜାତିର ଲୋକଙ୍କୁ ଓଭା ହିମ୍ବା କିମ୍ବା ଓମୁହିମ୍ବା ମଧ୍ୟ କୁହାଯାଏ । ଏବେ ଆପଣ ଭାବୁଥିବେ ଏମିତି କାହିଁକି।

{"id":851338,"width":836,"height":628,"sizeSlug":"full","linkDestination":"none"}

କୁହାଯାଏ ହିମ୍ବା ଜନଜାତିର ଲୋକମାନେ ଯେଉଁଠାରେ ବାସ କରନ୍ତି, ସେଠାରେ ଜଳର ଘୋର ଅଭାବ ରହିଛି ଏବଂ ମରୁଭୂମିର ଉତ୍ତପ୍ତ ଜଳବାୟୁ ମଧ୍ୟ ଏକ ବଡ଼ ସମସ୍ୟା । ବାସ୍ତବରେ ଏଠାକାର କଠିନ ଜଳବାୟୁ ପରିସ୍ଥିତି ଯୋଗୁଁ ଏଭଳି ନିୟମ କରାଯାଇଛି । ତଥାପି ଏହା ନୁହେଁ ଯେ ସେମାନଙ୍କର ସ୍ୱଚ୍ଛତା ଅଭାବ ରହିଛି । ପାଣିରେ ସ୍ନାନ ନକରିବା ସତ୍ତ୍ୱେ ସେମାନେ ନିଜ ଶରୀରକୁ ସତେଜ ଏବଂ ପରିଷ୍କାର ରଖନ୍ତି । ଚର୍ମକୁ ସଫା ରଖିବା ପାଇଁ ଏଠାରେ ଥିବା ମହିଳାମାନେ ଲାଲ୍ ଗଛ ଚମଡା ରସ ଏବଂ ଅନ୍ୟ ପ୍ରକାର ବିଭିନ୍ନ ଜଡିବୁଟି  ବ୍ୟବହାର କରନ୍ତି ।

{"id":851340,"width":842,"height":555,"sizeSlug":"full","linkDestination":"none"}

ସେମାନେ କିଛି ବିଶେଷ ପ୍ରକାର ଗଛରୁ ସଂଗୃହୀତ ଜଡିବୁଟିକୁ ଜାଳି ସେଥିରୁ ବାହାରୁଥିବା ଧୂଆଁରେ ନିଜ ଶରୀରକୁ ସତେଜ ରଖନ୍ତି । ଏହାକୁ ଧୂଆଁସ୍ନାନ କୁହାଯାଏ । ସେମାନେ ବିଶ୍ବାସ କରନ୍ତି ଯେ ଏହି ଧୂଆଁସ୍ନାନ କରିବା ଦ୍ଵାରା ଚର୍ମରେ ଜମା ହୋଇଥିବା ସମସ୍ତ ଜୀବାଣୁ ମରିଯାନ୍ତି  ଏବଂ ଶରୀର ମଧ୍ୟ ସଫା ରହିଥାଏ ।

wp:html /wp:html

ହିମ୍ବା ଜନଜାତିର ଆଉ ଏକ ପରମ୍ପରା ହେଉଛି  ପୁରୁଷମାନେ ଏକାସାଙ୍ଗରେ ଅନେକ ମହିଳାଙ୍କ ସହିତ ସମ୍ପର୍କ ରଖିପାରିବେ । ମହିଳାମାନେ ମଧ୍ୟ ନିଜ ସ୍ୱାମୀଙ୍କ  ବ୍ୟତୀତ ଅନ୍ୟ ପୁରୁଷ ସହିତ ସମ୍ପର୍କ ରଖିପାରିବେ । ଯେତେବେଳେ ଘରକୁ କୌଣସି ଅତିଥି ଆସନ୍ତି ସୌଜନତା ଦୃଷ୍ଟିରୁ ସ୍ୱାମୀମାନେ ନିଜ ପତ୍ନୀଙ୍କ ସହିତ ସମ୍ପର୍କ ରଖିବାକୁ ଅନୁରୋଧ କରନ୍ତି । ଏଥିରେ ମହିଳାମାନଙ୍କର ମଧ୍ୟ କୌଣସି ଆପତ୍ତି ନଥାଏ ।

Also Read-ରଙ୍ଗର ବାଦଶାହ ଅଶ୍ୱୀନ୍ ଦାନୀ; ସହରରେ ତାଙ୍କ ପରିକଳ୍ପିତ ରଙ୍ଗର ପ୍ରତିଛବି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.